ଗ୍ରାମ ର ମୌଳିକ ସମସ୍ୟା ରେ ଜୁଝି ହେଉଛନ୍ତି ଗ୍ରାମବାସୀ, ଗାଁ ରେ ପ୍ରଶାସନ ର ପାଦ ପଡ଼ି ନାହିଁ
ସୋରଡା (17/03/24)- ସୋରଡ଼ା ବ୍ଲକ୍ ଅନ୍ତର୍ଗତ ମେରିକୋଟ ର ଗୁନାଖଲ ଗ୍ରାମ ର ମୌଳିକ ସମସ୍ୟା ରେ ଜୁଝି ହେଉଛନ୍ତି ଗ୍ରାମବାସୀ, ଗାଁ ରେ ପ୍ରଶାସନ ର ପାଦ ପଡ଼ି ନାହିଁ ।ମୌଳିକ ସମସ୍ୟା ରୁ ଦୂରରେ ଗୁନାଖାଲ ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂର ରେ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଗୁନାଖାଲ ଗ୍ରାମ । ବିକାଶ ଏଠି ବାଟବଣା। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ପାଇଁ ପହଁଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର ବିକାଶର କଥା କହୁଛନ୍ତି, ହେଲେ ଏଠି ବିକାଶ କାଗଜ କଲମରେ ସୀମିତ, ଟେବୁଲ ତଳେ ଚାପି ହୋଇ ରହି ଯାଉଛି। ଫେଲମାରିଛି ସରକାରୀ ଯୋଜନା । ଆଜିବି ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଅଞ୍ଚଳବାସି। ଆସନ୍ତୁ ଦେଖିବା ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ମେରିକୋଟ ପଞ୍ଚାୟତ ର ଗୁନାଖାଲ ଗାଁ ରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ । ବିକାଶ ର ବାସ୍ତବ ଚିତ୍ର ଆପଣଙ୍କ ସାମନା ରେ। ଦୀର୍ଘ ବର୍ଷ ର ସ୍ଵାଧନତା ପରେ ବି ଆଜି ନିଜ ମୌଳିକ ସମସ୍ୟା ରେ ଯୁଝୀ ହେଉଛନ୍ତି ଅଞ୍ଚଳବାସି। ଆମ ରାଜ୍ୟ ରେ ଦୀର୍ଘ 23 ବର୍ଷ ର ସ୍ଥିର ସରକାର , ତଥାପି ବିକାଶ ଏଠି ବାଟବଣା। ଥରେ ଆଖି ପୁରାଇ ଦେଖି ନିଅନ୍ତୁ ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ର କୁ। ଗାଁରେ ରାସ୍ତା , ପାନୀୟ ଜଳ, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି । ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନାହିଁ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ମେରିକୋଟ ପଞ୍ଚାୟତ ର ଗୁନାଖାଲ ଗାଁ ବିଷୟ ରେ। ଗାଁ ନାମ ଯେମିତି ଗାଁର ରାସ୍ତା ସେମିତି ଖାଲି ଖାଲ ଖାଲ । ସୋରଡା ବ୍ଲକ ସଦର ମହକୁମା ରୁ ପାଖାପାଖି 30 କିଲୋ ମିଟର ଦୂର ରେ ଏହି ଗାଁ। ଗ୍ରାମରେ 120 ପରିବାର ବସବାସ କରନ୍ତି। ରାତି ହେଲେ ଗାଁ କୁ ବିପଦ ଆସେ। ସନ୍ଧ୍ୟା ସାତ ହେଲା ବେଲେ ଘରେ ଲୋକେ ଖାଇ ପିଇ ବିଶ୍ରାମ ନିଅନ୍ତି। ଗାଁ ଟି ସମ୍ପୂର୍ଣ୍ଣ ଭାବେ ପାହାଡ଼, ପର୍ବତ ପାଦ ଦେଶରେ ଅବସ୍ଥିତ। ଦିନ ବେଳେ ରାସ୍ତା ରେ ଚାଲି ଯିବା ଏତେ କଷ୍ଟ ଓ ରାତି କଥା ନ କହିବା ଭଲ ହେବ। ଗାଁ କୁ ଏ ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ବି ସଂଯୋଗ ହୋଇ ନାହିଁ , ବିଲ ହିଡ଼ ଉପରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଗାଁ ର କଲେଜ ଛାତ୍ର ଛାତ୍ରୀ ମାନେ ବୋରଦା କଲେଜ କୁ ଦୀର୍ଘ 5 କିଲୋ ମିଟର ଜଙ୍ଗଲ ରାସ୍ତା, ଖାଲ ଢିପ ବିଲ ଓ ଦୁଇଟି କେନାଲ୍ ରାସ୍ତା ଦେଇ ଯିବା ଆସିବା କରନ୍ତି। ବର୍ଷା ଦିନ କେନାଲ ରେ ପାଣି ଆସିଲେ କଲେଜ ଯିବା ବନ୍ଦ । ଗାଁ କୁ କରେଣ୍ଟ ସଂଯୋଗ ହୋଇଛି, ହେଲେ କେତେବେଳେ ରହୁଛି କେତେବେଳେ ନାହିଁ। ଗାଁ କୁ ଆମ୍ବୁଲାନ୍ସ ସେବା ସାତ ସପନ। ଗୁରୁତର ରୋଗୀ ହେଉ କି କୌଣସି ଗର୍ଭବତୀ ମା ମାନଙ୍କୁ ଖଟିଆ ରେ ଭାର କରି ନିଆ ଯାଏ କିନ୍ତୁ ସେମାନେ ରାସ୍ତାରେ ହିଁ ମରି ଯାଆନ୍ତି । ତାପରେ ଯାହା କିଛି,,, ।ଥରେ ଦେଖନ୍ତୁ ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ର କୁ। ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ୍ ମାରିଛି। ଗ୍ରାମରେ ଲାଗିଛି ବସୁଧା ଯୋଜନା ଫଳକ କିନ୍ତୁ କାମ ସୁନ। ନାମକୁ ମାତ୍ର ଲାଗିଛି ଫଳକ କିନ୍ତୁ ଯୋଜନା କାହିଁ । ଗ୍ରାମରେ ଅଛି ଗୋଟିଏ ନଳକୂପ । କେବଳ କେନାଲ ରେ ଗାତ ଖୋଳି ଚୁଆ କରିଛନ୍ତି , ଯାହାକି ଗାଁ ଲୋକ ଙ୍କ ପାଇଁ ସାହା ଭରଷା ପାଲଟିଛି। 120 ଟି ଆଦିବାସୀ ପରିବାର ଏହି ଭଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି ହେଲେ ଗୁହାରୀ କଲେବି ଶୁଣିବାକୁ କେହିନାହିଁ । ଏ ପର୍ଯ୍ୟନ୍ତ ଗାଁ ରେ ସ୍ଥାନୀୟ ପ୍ରଶାସନ ର ପାଦ ପଡ଼ି ନାହିଁ। ଚୁଆ ପାଣି ପିଇବା ଛଡ଼ା ଅନ୍ୟ ଉପାୟ ଆଉ ନାହି। ଖରାଦିନେ ନଳକୂପ କଥା କହିଲେ ନସରେ । ପାଣି ପାଇଁ ଯିବାକୁ ପଡୁଛି ଏକ କିଲୋମିଟର । କେନାଲ ପାଣି ବ୍ୟବହାର କରି ଦେହ ଖରାପ ହୋଇଥିବା କହିଛନ୍ତି ଗ୍ରାମ ଲୋକ । ଗ୍ରାମବାସୀ କହିବା ଅନୁସାରେ କେବଳ ନିର୍ବାଚନ ଆସିଲେ ହିଁ ନେତା ମନ୍ତ୍ରୀଙ୍କ ଗାଁ କଥା ମନେ ପଡେ। ନିବର୍ଚନ ପରେ ପଚାରେ କିଏ । ଏଥି ପାଇଁ ଚଳିତ ବର୍ଷ ନିର୍ବାଚନ ରେ ଭୋଟ ବର୍ଜନ କରିବେ କହିଛନ୍ତି ଗ୍ରାମବାସୀ ।
