ଖୋର୍ଦ୍ଧା ପୋଲିସ ଏବେ ଆକ୍ସନ ମୁଡରେ
ଖୋର୍ଦ୍ଧା ପୋଲିସ ଏବେ ଆକ୍ସନ ମୁଡରେ। ଆଦର୍ଶ ଆଚରଣ ବିଧି କାଲି ଠାରୁ ଆରମ୍ଭ ହେବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ଏବେ ପୁରୁଣା ୱରେଣ୍ଟ ଥିବା ଲୋକଙ୍କୁ ଧରିବା ସହିତ ରାସ୍ତାରେ ଯାଉଥିବା ମଟରସାଇକେଲ,କାର,ଟ୍ରକ ସବୁକୁ ତନତନ କରି ବିଭିନ୍ନ ସ୍ଥାନରେ ଚେକ୍ କରୁଥିବା ଦେଖିବାକୁ ମିଳିଛି।

ସେହିପରି ଯେଉଁ ମାନେ ହେଲମେଟ ପିନ୍ଧୁ ନାହାଁନ୍ତି ଗାଡ଼ିର କାଗଜପତ୍ର ରଖୁ ନାହାଁନ୍ତି ସେମାନଙ୍କୁ ଯାଞ୍ଚ କାରୁଛନ୍ତି। ସେହିପରି ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଗ୍ରାମ ଗୁଡିକରେ ନିଜେ ଥାନା ଅଧିକାରୀ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଲୋକ ମାନଙ୍କ ସହିତ ମିଶି ସମସ୍ତଙ୍କୁ ସଚେତନ କରାଉଛନ୍ତି। ଆଗକୁ ଇଲେକ୍ସନ ଥିବା ବେଳେ ତାଙ୍କ ଥାନା ଅଧୀନରେ ଥିବା ଗ୍ରାମ ଏବଂ ସହରରେ କି ଭଳି ଶାନ୍ତି ବଜାୟ ରହବ ସେଥି ପ୍ରତି ଧ୍ୟାନ ଦେବା ସହିତ ଲୋକ ମାନଙ୍କ ସହିତ ସୁସମ୍ପର୍କ ରହିବ ସେ ଦିଗରେ ନଜର ରଖିଛନ୍ତି
