ଗୋରାମାଟି ପଞ୍ଚାୟତ ରେ ବେଆଇନ ଚୋରା ମଦ ରନ୍ଧା ମଦ

ଭଦ୍ରକ ବ୍ଲକ ଅନ୍ତର୍ଗତ ଗୋରାମାଟି ପଞ୍ଚାୟତ ର ବାଇ ଜେନା ସାହି ଠାରେ ବହୁଳ ମାତ୍ରାରେ ରନ୍ଧା ମଦ ବେଆଇନ ଭାବରେ ଗ୍ରାମାଞ୍ଚଳ ର ପାନ ଦୋକାନ, ତେଜରାତି ଦୋକାନ ଓ ସ୍କୁଲ ପାଖ, ଗାଁ ମୁଣ୍ଡ ଛକ ଗ୍ରାମ ମଧ୍ଯ ରେ ଘରଭିତରେ ରଖି ବିକ୍ରୀ କରୁଛନ୍ତି ଗ୍ରାମର ନାଁ ବାଳକ ପିଲାମାନଙ୍କ ଠାରୁ ବୟସ୍କ ପଯ୍ୟନ୍ତ ମଦ ଖାଇ ମାତାଲ ହୋଇ ଗ୍ରାମ ରେ ଚୋରି, ଡକାୟତି,କରିବା ସହିତ ଘରର ଆସବାବପତ୍ର ବିକ୍ରି କରି ମଦ୍ୟପାନ କରୁଛନ୍ତି, ମଦ୍ୟପାନ କରିସାରିବା ପରେ ଗ୍ରାମ ର ଝିଅ ବୋହୂ ମାନଙ୍କୁ ଅଶ୍ଳୀଳ ଗାଳି ଦେବା ସହିତ ଅଶାଳିନ ଇଙ୍ଗିତ କରୁଛନ୍ତି, ମାଡପିଟ, ଗଣ୍ଡଗୋଳ ବଢି ଚାଲିଛି ଘରର ପୁରୁଷ ମାନେ ମଜୁରୀ ଲାଗି ଦିନ କୁ ଯାହା ରୋଜଗାର କରି ଆଣନ୍ତି ଅଧାରୁ ଅଧିକ ଟଙ୍କା ନିଶା ସେବନ ରେ ଖର୍ଚ୍ଚ କରିଦେବା ପରେ ଘର ଚଳିବା, ପିଲାଙ୍କୁ ପାଠ ପଢାଇ ବା ସବୁ ସମସ୍ୟା ଆର୍ଥିକ ଅଭାବ ଦେଖା ଯାଉଛି, ମଦ ଖାଇ କେନସର, କିଡ଼ନୀ ନଷ୍ଟ ବୋନ ନଷ୍ଟ ପରି ମାରାତ୍ମକ ରୋଗ ର ଶୀକାର ହୋଇ ଅକାଳ ମୃତ୍ୟୁବରଣ କରୁଛନ୍ତି, ରାଜ୍ଯ ସରକାର ଗ୍ରାମାଞ୍ଚଳ ରେ ଗରିବ ମାନଙ୍କ ର ବିକାଶ ପାଇଁ ଯେଉଁ ଯୋଜନା ମାନ କରିଛନ୍ତି, ଏହି ମଦର ପ୍ରସାଦ ବିକ୍ରି ଫଳରେ ଗରିବ ମାନଙ୍କୁ ଆହୁରି ଗରିବ ଆଡକୁ ଟାଣି ନେଉଛନ୍ତି ଏହାର ସଂପୂର୍ଣ୍ଣ ପ୍ରଭାବ ଆମ୍ଭ ମହିଳା ମାନଙ୍କ ଉପରେ ପଡୁଛି, ଯଦି ଲିଖିତ ଅଭିଯୋଗ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମି ଦିନ ରେ ରାଜ ରାସ୍ତା କୁ ଓହ୍ଲାଇ ବେ ବୋଲି ମହିଳା ଦାବୀ ରଖିଛନ୍ତି

Leave a Reply

Your email address will not be published. Required fields are marked *