ନିଟ ଛାତ୍ରୀ ମାନଙ୍କ ଦ୍ୱାରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

:ଜିଲ୍ଲା ର ଗରିବ ଆଦିବାସୀ +2 ବିଜ୍ଞାନ ରେ ପଢ଼ୁଥିବା ଛାତ୍ରୀ ମାନଙ୍କୁ ନିଟ ପରୀକ୍ଷା ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ପଢିବା, ରହିବା, ଖାଇବା ର ବନ୍ଦୋବସ୍ତ ନଥିବାରୁ ସେମାନେ ଜିଲ୍ଲାପାଳ ଙ୍କୁ ଏକ ଦରଖାସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆ ରେ ଦେଇଥିବା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଡାବୁଗାଁ)ମଧ୍ୟରେ +2ବିଜ୍ଞାନ ରେ ପଢ଼ୁଥିବା 26ଜଣ ଗରିବ ଆଦିବାସୀ ପରିବାର ର ଛାତ୍ରୀ ପ୍ରାୟ 7ବର୍ଷ ହେବ ସରକାରୀ ଉଚ୍ଚ ବିଦ୍ୟାଳୟ (ଡାବୁଗାଁ )ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି +2ବିଜ୍ଞାନ ଶେଷ ହେବା ଯାଏଁ ପାଠ ପଢିଲେ ଏବଂ ଆଗକୁ ମେଡିକାଲ ଲାଇନରେ ପାଠ ପଢିବା ନିମନ୍ତେ ଇଚ୍ଛା ଥିବା ହେତୁ ସରକାରଙ୍କ ପକ୍ଷରୁ +2ବିଜ୍ଞାନ ବହି କିଣିବା ସେମାନଙ୍କ ବ୍ୟାଙ୍କ ଖାତାକୁ ଯେଉଁ ଟଙ୍କା ମିଳିଥିଲା ସେଥିମଧ୍ୟରୁ ନିଟ ପରୀକ୍ଷା ଦେବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ନିମନ୍ତେ ମୁଣ୍ଡ ପିଚ୍ଛା 1200ଟଙ୍କା ଖର୍ଚ୍ଚ କରିଥିଲେ!ଆସନ୍ତା ମେ ମାସ 5ତାରିଖ ରେ ଆରମ୍ଭ ହେବାକୁ ଥିବା ନିଟ ପରୀକ୍ଷା ନିମନ୍ତେ କିଭଳି ପ୍ରସ୍ତୁତି କରିବେ ତାହା ଛାତ୍ରୀମାନଙ୍କୁ ଚିନ୍ତା ରେ ପକାଇ ଦେଇଛି!ରାଜ୍ୟ ସରକାର ନିଟ ପରୀକ୍ଷା ନିମନ୍ତେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ଶିକ୍ଷା ପ୍ରଦାନ କରିବା ସହ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି କରାଯାଉଛି!କିନ୍ତୁ ନବରଙ୍ଗପୁର ଜିଲ୍ଲା ରେ ନିଟ ତଥା ଡାକ୍ତରୀ ପଢିବା ପାଇଁ କୌଣସି ବିଦ୍ୟାଳୟ ଅଥବା କୌଣସି ସୁବିଧା ନ ଥିବାରୁ ଗରିବ ଆଦିବାସୀ ଛାତ୍ରୀ ମାନେ ଆଗାମୀ ଦିନରେ ଥିବା ପରୀକ୍ଷା ଦେବା ପାଇଁ କିଛି ସରକାରୀ ସୁବିଧା ଦିଆଯିବ ଉଦ୍ଦେଶ୍ୟ ରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଙ୍କ ଜରିଆ ରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ଏକ ଦରଖାସ୍ତ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ!ଦରଖାସ୍ତ ଗ୍ରହଣ କଲାପରେ ଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରି ଏ ବିଷୟରେ କୁ ନେଇ ଆଲୋଚନା କରି ଏହାର ସମାଧାନ କଢ଼ାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ କହିଛନ୍ତି!

Leave a Reply

Your email address will not be published. Required fields are marked *