ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ।୧୫୦୦ ରୁ ଅଧିକ ଭୋଟର ହେଲେ ଅତିରିକ୍ତ ବୁଥ ବ୍ୟବସ୍ଥା ।ଜିଲ୍ଲାପାଳ ଓ ଏସପିଙ୍କ ସୂଚନା ।ପୁରୀ ୧୯/୩ ଚଳିତ ସାଧାରଣ ନିର୍ବାଚନ କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ପାଇଁ ପୁରୀ ଜିଲ୍ଲ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ ପି ପିନାକ ମିଶ୍ର।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିଷଦ ସୂଚନା ଦେଇ ଉଭୟ ଜିଲ୍ଲାପାଳ ଓ ଏସ ପି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଆଧାର ରେ ନିର୍ବାଚନ ପରିଚାଳିତ ହେଉଥିବାରୁ କୌଣସି ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ।ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଥିବାରୁ ସମସ୍ତ ରାଜନୈତିକ ହୋଡିଂ ପୋଷ୍ଟର, ବ୍ୟାନର ଇତ୍ୟାଦି କୁ ଅପସାରଣ ଚାଲିଛି।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଲେଖାଏଁ ଫ୍ଲାଇଙ୍ଗ ସ୍କ୍ୱ।ର୍ଡକାର୍ଯ୍ୟ କରିବାକୁ ଥିବା ବେଳେ ବିଗତ ନିର୍ବାଚନ ର ତଥ୍ୟ ଆଧାର ରେ କାକଟପୁର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ଅତିରିକ୍ତ ଗୋଟିଏ ଲେଖାଏଁ ଏହି ଭଳି ଜିଲ୍ଲାରେ ମୋଟ ୨୦ ଟି ଫ୍ଲାଇଙ୍ଗ ସ୍କ୍ୱ।ର୍ଡ ନିର୍ବାଚନ ଘୋଷଣା ହେବା ଠାରୁ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି।କମିଶନ ଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବୁଥରେ ଶତକଡା ୯୦ ଭାଗରୁ ଅଧିକ ମତଦାନ, ୧୦ ଭାଗରୁ କମ ମତଦାନ,କୌଣସି ପ୍ରାର୍ଥୀ ଙ୍କ ସପକ୍ଷରେ ୭୫ ଭାଗରୁ ଅଧିକ ମତଦାନ ହୋଇଥିବ,ରିପୁଲ ବା ପୁନଃ ମତଦାନ ହୋଇଥିବ,ପୂର୍ବ ନିର୍ବାଚନ ରେ ବୁଥରେ ଗଣ୍ଡଗୋଳ ହୋଇଥିବ କିମ୍ବା ଅନୁପସ୍ଥିତ, ମୃତ, ସ୍ଥାନାନ୍ତର ଭୋଟର ଙ୍କ ସଂଖ୍ୟା ଅଧିକ ହୋଇଥିବ ତେବେ ତାହାକୁ କ୍ରିଟିକାଲ ବୁଥ ଭାବେ ଚିହ୍ନଟ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହ ପୋଲିସ ବାହିନୀ କାର୍ଯ୍ୟ କରୁଛି।ନିର୍ବାଚନ ରେ ସ୍ୱଛତା ପାଇଁ ଶତକଡା ୬୦ ଭାଗ ବୁଥ ରେ ୱେବ କାଷ୍ଟିଂ,ଅନ୍ୟ ବୁଥ ରେ ମାଇକ୍ରୋ ଅବଜରଭର ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।ବିଭିନ୍ନ ଅଭିଯୋଗ ପାଇଁ ସି ଭିଜିଲ, ନିୟନ୍ତ୍ରଣ କକ୍ଷ ୧୯୫୦ କାର୍ଯ୍ୟ କରୁଛି ବୋଲି ସେମାନେ କହିଥିଲେ।ଅପରପକ୍ଷରେ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବୁଥ ରେ ସର୍ବାଧିକ ୧୫୦୦ ଭୋଟର ରହିବାର ବ୍ୟବସ୍ଥା ରହି ଥିବାରୁ ୧୦୬ ନିମାପଡା ବିଧାନସଭା ର ୩୫ ନମ୍ବର ବୁଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାୟାବର, ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ୪୧ ନମ୍ବର ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ, ୭୫ ନମ୍ବର ସିଦ୍ଧ ମହାବୀର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ,୯୧ ସରକାରୀ ଆଇଟିଆଇ ପୁରୀ, ୧୪୩ ବେଟ୍ରିକ୍ସ ବିଦ୍ୟାଳୟ ଓ ୧୦୮ ବ୍ରହ୍ମଗିରି ର ୪୦ ନମ୍ବର ବୁଥ ଗୋମୁଣ୍ଡିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ରେ ୧୫୦୦ରୁ ଅଧିକ ଭୋଟର ରହିଥିବାରୁ ସେଠାରେ ଗୋଟିଏ ଗୋଟିଏ ଅତିରିକ୍ତ ବୁଥ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝି, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *