ନାରାୟଣ ପ୍ରସାଦ କର ଟ୍ରଷ୍ଟ ତରଫ ରୁ ସୁଧା ଚନ୍ଦନ ଲୋକାର୍ପଣ

ନାରାୟଣ ପ୍ରସାଦ କର ଟ୍ରଷ୍ଟ ଆନୁକୁଲ୍ୟରେ ମଙ୍ଗଳବାର ସଂନ୍ଧ୍ଯା ୬ ଘଟିକା ସମୟରେ କବୟିତ୍ରୀ ତଥା ପ୍ରଧାନ ଶିକ୍ଷୟତ୍ରୀ ମତୀ ଜାନକୀ ପାଢୀ ଙ୍କ କବିତା “ସୁଧା ଚନ୍ଦନ”ର ଶୁଭ ଲୋକାର୍ପଣ ଓ ସମୀକ୍ଷା ପର୍ବ ଭଦ୍ରକ ସହରର ସାଳନ୍ଦୀ ବାଇପାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସଭାଗୃହ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଡେପୁଟି କଲେକ୍ଟର ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ ଦୀପ ପ୍ରଜ୍ବଳନ କରିଥିଲେ ସମ୍ମାନିତ ଅତିଥି ମାନଙ୍କୁ ଫୁଲ ଗୁଛ ଉତ୍ତରୀ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ସଭା ଆରମ୍ଭ ରେ ସମାଜ ସେବୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ଯ କବି ଓ କବିତା ବିଷୟ ରେ ତଥ୍ଯ

ଉପସ୍ଥାପନ କରିଥିଲେ , ସମ୍ମାନିତ ଅତିଥି ରାମ ଚନ୍ଦ୍ର ପଣ୍ଡା ,କବି ଶ୍ରୀଯୁକ୍ତ ଚକ୍ର ଧର ମଲ୍ଲିକ, ଇଂ ଅବନ୍ତୀ ମଲ୍ଲିକ, ବିନୟ କୁମାର ପଣ୍ଡା ,ଗଦାଧର ଗାହାଣ, ନାଟ୍ୟକାର ନିର୍ମଳ ରାଉତ, ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ସାଧାରଣ ସମ୍ପାଦକ ଅଧ୍ୟାପକ ନିହାର ରଂଜନ କର ,ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଡେପୁଟି କଲେକ୍ଟର କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଜଗନ୍ନାଥ ଙ୍କ ଭଜନ ଗୀତ ଗାନ କରି କବି ମାନଙ୍କୁ ଉତ୍ସାହିତ କରିଥିଲେ ଶେଷ ରେ ନାରାୟଣ ପ୍ରସାଦ କର ଟ୍ରଷ୍ଟ ର ସଭାପତି ଇଂ ଅଭୟ ସୂତାର ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରାଯାଇଥିଲା

Leave a Reply

Your email address will not be published. Required fields are marked *