ଲୋପ ହୋଇଯିବ କି ଘର ଚଟିଆ ଙ୍କ କିଚିରୀ ମିଚିରୀ ରଡି

ଭଞ୍ଜନଗର,୨୦/୦୩ ଭାରତ ବର୍ଷ ରେ ବିଭିନ୍ନ ପକ୍ଷୀ ମାନଙ୍କ ମଧ୍ୟରେ ଘର ଚଟିଆ ଅନ୍ୟତମ କହିଲେ ଅତ୍ୟୁକ୍ତି ହେବନାହିଁ ! ଏମାନଙ୍କ ସ୍ୱତନ୍ତ୍ରତା ସଂପୂର୍ଣ୍ଣ ନିଆରା ଅଟେ ! ଏମାନେ ସାଧାରଣତଃ ଘରର ଐଶାନ୍ୟ କୋଣରେ ବାସ କରିଥାନ୍ତି ! କଥାରେ ଅଛି ଘର ଚଟିଆ ଘରେ ବାସ କଲେ ଲଷ୍ମୀ ବାସ କରଥାନ୍ତି ! ଘର ଚଟିଆ ଚିତା କୁଟାଇଲେ ଆତ୍ମାର ସ୍ୱର୍ଗ ପ୍ରାପ୍ତି ହୋଇଥାଏ ଆଉ ଘର କୁ ଆସିଲେ ଭାଗ୍ୟ ପରିବର୍ତନ ହୋଇ ଶୁଭଫଳ ମିଳିଥାଏ ! ଘର ଚଟିଆ କୃଷକ ମାନଙ୍କର ପରମ ବନ୍ଧୁ ବୋଲି ମଧ୍ୟ କୁହାଯାଏ ! ଏହି ବିଶ୍ୱାସ ଯେ, କେବଳ ଆମ ରାଜ୍ୟ ରେ ନୁହେଁ ଏହା ଦେଶର ସବୁ ରାଜ୍ୟ ରେ ରହିଛି ! ଏହି ଚଟିଆ ସାଧାରଣତଃ 14 ରୁ 15 ସେଣ୍ଟି ମିଟର ପ୍ରଯ୍ୟନ୍ତ ଲମ୍ବ ହେବାସହ ପ୍ରାୟ 30 ରୁ 35 ଗ୍ରାମ ପ୍ରଯ୍ୟନ୍ତ ଓଜନ ହୋଇଥାନ୍ତି ! ଯାହାର ମଥା ଓ ଗଳା ଦେଖିବାକୁ ଧୂସର ବର୍ଣ୍ଣ ହୋଇଥାଏ ସେମାନଙ୍କୁ ସ୍ତ୍ରୀ ଘର ଚଟିଆ ଓ ଯେଉଁ ପକ୍ଷୀର ସବୁ ଅଂଶ ଇସତ କଳା ହୋଇଥାଏ ସେମାନଙ୍କୁ ପୁରୁଷ ଘର ଚଟିଆ ବୋଲି କୁହାଯାଏ ! ଅନ୍ୟପକ୍ଷେ ଏମାନଙ୍କୁ ପ୍ରେମର ପକ୍ଷୀ ବୋଲି ମଧ୍ୟ କୁହାଯାଏ ! ବର୍ତ୍ତମାନ ଭାରତ ବର୍ଷରେ ଏହି ପକ୍ଷୀ ମାନଙ୍କର ପ୍ରାୟ ୮୦ ଭାଗ ରୁ ଅଧିକ ବଂଶ ଲୋପ ହେବାକୁ ବସିଲାଣି ! ଏହି ଦୃଷ୍ଟି କୋଣ ଓ ପରିସ୍ଥିତି କୁ ତର୍ଜମା କରି ପକ୍ଷୀ ମାନଙ୍କ ସୁରକ୍ଷିତ ପାଇଁ ମାର୍ଚ୍ଚ ୨୦ ତାରିଖ କୁ ବିଶ୍ୱ ଘର ଚଟିଆ ଦିବସ ରୂପେ ପାଳନ କରାଯାଉଛି ! ବିଶିଷ୍ଟ ପରିବେଷ୍ଟିନି ମହମଦ ଦିଲୱାରେ ପକ୍ଷୀ ମାନଙ୍କର ସୁରକ୍ଷା ତଥା ରକ୍ଷଣା ବେକ୍ଷଣ ପାଇଁ ୨୦୧୦ ମସିହା ଠାରୁ କୁତ୍ରିମ ବସା ତିଆରି କରି ଦାୟିତ୍ୱ ନେଉଛନ୍ତି ! ଆସନ୍ତୁ ଆମେ ମଧ୍ୟ ସମସ୍ତେ ମିଳିମିସି ପ୍ରକୃତି ରାଣୀ ପାଖରେ ଲୋପ ପାଇଯାଉଥିବା ଏହି ଶୁଭାକାଂକ୍ଷୀ ପକ୍ଷୀ ମାନଙ୍କ କିଚିରୀ ମିଚିରି ରଡି ର ବଂଶ ବୃଦ୍ଧି ପାଇଁ କୁତ୍ରିମ ବସା ତିଆରି କରି ଘର ଚଟିଆ ଙ୍କ ବଂଶ ବୃଦ୍ଧିରେ ସହାୟକ ହେବ।

Leave a Reply

Your email address will not be published. Required fields are marked *