ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

– ଜଣେ ଶିକ୍ଷକ ଆମ ସମାଜକୁ ଗଢ଼ିବା ପାଇଁ ଶପଥ ନେଇଥାଏ । ସମାଜକୁ ଶିକ୍ଷିତ କରିବା ଓ ଲାଞ୍ଚ କାରବାର ଆମ ସମାଜ ପାଇଁ କ୍ଷତି କାରକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିବା ହେଉଛି ଜଣେ ଶିକ୍ଷକଙ୍କ କାମ । ହେଲେ ସେହି ଶିକ୍ଷକ ଯେବେ ଦୁର୍ନୀତି କରିବ ଓ ଲଞ୍ଚ ନେବ ତେବେ ଆମ ଆସନ୍ତା ପିଢ଼ି କଣ ଶିକ୍ଷା ପାଇବା ତାହା ଏକ ବଡ଼ ପ୍ରଶ୍ନବାଚୀ ? ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଭିଜିଲାନ୍ସ ହାତରେ ପଡିଛନ୍ତି ଲାଞ୍ଚୁଆ ଶିକ୍ଷକ। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗାଁ ଠାରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର 5T ରେ ଅନ୍ତର୍ଭୁକ୍ତ କରି ସ୍କୁଲର ଉନ୍ନତି କରଣ କରିବା ପାଇଁ ଅର୍ଥମୁଞ୍ଜୁର କରିଥିଲେ । ଆଉ ସ୍କୁଲର କୋଠା ନିର୍ମାଣ ପାଇଁ ଜୟରାମ ସାହୁ ନାମକ ଠିକାଦାର୍ କାର୍ଯ୍ୟାଦେଶ ପାଇଥିଲେ । କୋଠା ନିର୍ମାଣ ହେବା ସହ ସେ କେସବିଲ କରାଇବା ପାଇଁ ଠିକାଦାର୍ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡିକୁ କହି ଥିଲେ। ହେଲେ ଲାଞ୍ଚୂଆ ପ୍ରଧାନ ଶିକ୍ଷକ ଜଣକ ୧୦ ଲକ୍ଷ୍ୟ ଟଙ୍କାର ବିଲ କରାଇ ଦେବା ପାଇଁ ସଂପୃକ୍ତ ଠିକାଦାର ଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ଜୟରାମ ସାହୁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ। ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଲାଞ୍ଚଆ ପ୍ରଧାନ ଶିକ୍ଷକ ଙ୍କୁ ଧରିବା ପାଇଁ ଜାଳ ବିଛାଇଥିଲା। ଆଜି ସଂପୃକ୍ତ ଶିକ୍ଷକ ଲାଞ୍ଚ ଟଙ୍କା ଠିକାଦାର ଙ୍କ ଠାରୁ ଗ୍ରହଣ କରିବା ପାଇଁ ମନା କରିବା

ସହ ଅଭିଯୁକ୍ତ ଶିକ୍ଷକ ଦ୍ରୋଣ ତାଣ୍ଡି ତାଙ୍କ ବାପା ମନଧର ତାଣ୍ଡିଙ୍କ ବ୍ୟାଙ୍କ୍ ଖାତାରେ ଡିପୋଜିଟ କରିକି ରସିଦ ଆଣି ଦେବା ପାଇଁ କହିଥିଲେ। ସଂପୃକ୍ତ ଠିକାଦାର ଶିକ୍ଷକଙ୍କ ବାପାଙ୍କ ଆକାଉଣ୍ଟ ରେ ୪୦ ହଜାର ଟଙ୍କା ଡିପୋଜିଟ କରି ରସିଦ ନେଇ ଶିକ୍ଷକଙ୍କୁ ଦେବା ସମୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଭିଜିଲାନ୍ସକୁ ଦେଖି ଶିକ୍ଷକ ଜଣଙ୍କ ରସିଦକୁ ପାଟିରେ ପୁରାଇ ଖାଇ ଦେଇଥିଲେ। ପରେ ଭିଜିଲାନ୍ସ ବିଭାଗ ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ବ୍ୟାଙ୍କ ସହ ଯୋଗାଯୋଗ କରି ଅନ୍ୟ ରସିଦ ଆଣି କେସ୍ ଦାୟର କରିବା ସହ ଅଭିଯୁକ୍ତ ଲାଞ୍ଚୁଆ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟକୁ ଆଣି ଜେରା କରିବା କରୁଥିବା ଜଣାପଡିଛି। ସେପଟେ ଶିକ୍ଷକଙ୍କୁ ସ୍କୁଲ ଓ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *