ଜିଲ୍ଲାପାଙ୍କ ପିପିଲି ବ୍ଲକ ପରିଦର୍ଶନବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ

ଜିଲ୍ଲାପାଙ୍କ ପିପିଲି ବ୍ଲକ ପରିଦର୍ଶନବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ।ପୁରୀ/ପିପିଲି ୨୧/୩ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି ପିପିଲି ବ୍ଲକ୍ ପରିଦର୍ଶନ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ। ସେମାନେ ବ୍ଲକ ପରିସରରେ ଗ୍ରାମୀଣ ମହିଳା ଏବଂ ଯୁବକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସଶକ୍ତିକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ହାଟାସାହି ଗ୍ରାମୀଣ ପାର୍କ, ମଡେଲ ପୋଖରୀ, ପଞ୍ଚାୟତ ଲାଇବ୍ରେରୀ ପରିଦର୍ଶନ କରିଥିଲେ | ବିଭିନ୍ନ ପଦକ୍ଷେପ ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ବିଷୟରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପରାମର୍ଶ ଦେବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |

ଏହାସହ ସେମାନେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଏବଂ ଆମ ଓଡିଶା ନବୀନ ଓଡିଶା ଅଧୀନରେ ନବୀକରଣ କରାଯାଉଥିବା ହାଟସାହି ପଞ୍ଚାୟତର ପତିତପାବନ ମନ୍ଦିର ପରିଦର୍ଶନ କରିଥିଲେ।ପରେ ପରେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଏବଂ ଦୁର୍ଗାଦାସପୁର ପଞ୍ଚାୟତ ର ଜିମ୍,କଲ୍ୟାଣ ମଣ୍ଡପ ଏବଂ ଗ୍ରାମୀଣ ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରି ଏହି ପ୍ରକଳ୍ପଗୁଡ଼ିକରେ ନିଆଯାଇଥିବା ସମ୍ମିଶ୍ରଣ ପଦ୍ଧତିକୁ ସେ ପ୍ରଶଂସା କରିଥିଲେ।ଏହାପରେ ଜିଲ୍ଲାପାଳ ଡେଲାଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ପିପିଲି ବିଡ଼ିଓ ସରୋଜ କୁମାର ରାଉତ ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *