ବାଲିଗୁଡ଼ା ପୋଲିସ ପାଇଁ ପୁଣି ଏକ ସଫଳତା

ବାଲିଗୁଡ଼ା ପୋଲିସ ପାଇଁ ପୁଣି ଏକ ସଫଳତା :୧୩୨ କେଜି ବେଆଇନ ଚୋରା ଗଞ୍ଜେଇ,ସହିତ ୨ ଟି ଚାରି ଚକିଆ ଗାଡ଼ି ଟାଟା ଇଣ୍ଡିଗୋ ଓ ମାରୁତି ଅଲ୍ଟୋ,ଏବଂ ନଗଦ ୪ ଲକ୍ଷ ଟଙ୍କା, ୭ ଟି ମୋବାଇଲ ଫୋନ କୁ କାବୁ କରିଛି ବାଲିଗୁଡ଼ା ଥାନା ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ । କନ୍ଧମାଳ ଜିଲ୍ଲା ଆରୀକ୍ଷ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ବେଆଇନ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅପ୍ରାଣ ଚେଷ୍ଟା ଚଲେଇଥିବା ବେଳେ ବାଲିଗୁଡ଼ା ପୋଲିସ ପାଇଁ ପୁଣି ଏକ ସଫଳତା । ସୂଚନା ମୁତାବକ ବାରଖମା ପୋଲିସ ଫାଣ୍ଡି ଅଧିକାରୀ ଶ୍ରୀ ବିକାଶ କୁମାର ଜାଲି ଙ୍କ ନେତୃତ୍ୱରେ ଗତ କାଲି ଦିନ ୨ ଘଣ୍ଟା ସମୟରେ ପେଟ୍ରୋଲିଂଗ କରୁଥିବା ବେଳେ ଶୁଡ୍ରା ଅଞ୍ଚଳର ଡାବୁଡ଼କା ଘାଟି ରେ ଦୃତ ଗତିରେ ଯାଉଥିବା ଦେଖି ଦୁଇଟି ଗାଡ଼ିକୁ ସନ୍ଦେହ କରି ଗାଡ଼ିକୁ କୁ ପିଛା କରି କାବୁ କରିବା ରେ ସଫଳ ହୋଇଥିଲେ। ସେନେଇ ଆଜି ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋୟେଲ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ବାଲିଗୁଡ଼ା ରୁ ତାମିଲନାଡୁ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି।ବାଲିଗୁଡ଼ା ପୋଲିସ କେଶ ନଂ ୭୫/୨୪ ୟୁ/ଏସ – ୨୦(ବି ) ସି/୨୭ ଏ/୨୯ ଏନଡିପିଏସ ରେ ଏକ ମାମଲା ରୁଜ୍ଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ 6 ଲକ୍ଷ୍ମ ତାଙ୍କୁ ହେବ ବୋଲି କହିଛନ୍ତି ।

ବାଲିଗୁଡ଼ା ଆରକ୍ଷୀ ଅଧିକାରୀ। ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ହେଲେ ଅଶୋକ ଗିରି ବୟସ ୩୪ ରାଉରକେଲା ଜିଲ୍ଲା ସୁନ୍ଦରଗଡ, ଲଉରଦ ଅନ୍ତୋନି ବୟସ ୪୧ ପାଲୟମକୋଟିଆ ତାମିଲନାଡୁ, ଜେ ସେଲଭା କୁମାର ବୟସ ୩୧ ପାଲୟମକୋଟିଆ ତାମିଲନାଡୁ ହୋଇଥିବାବେଳେ ଆଉ ଦୁଇଜଣ ଙ୍କ ନାମ ଘନ ରଣା କଣ୍ଟାମାଳ ର ଭୋଳା ସାହୁ ବୋଲି ଜଣାପଡିଛି।ଏ ଦୁଇ ଜଣ ବଲାଙ୍ଗୀର ଫେରାର ହୋଇଥିବା ରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *