ଏକ ବେସରକାରୀ ବ୍ୟାଙ୍କ କୁ ଲୁଟ ଉଦ୍ୟମ

ଏକ ବେସରକାରୀ ଫାଇନାନ୍ସ ବ୍ୟାଙ୍କ ରେ କିଛି ଦୁର୍ବୁତ୍ତ ଲୁଟ ଉଦ୍ୟମ କରୁଥିବା ବେଳେ ବିଫଳ ହୋଇଥିବା ଘଟଣା ସାମ୍ନା କୁ ଆସିଛି!ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ରେ ଗତକାଲି ରାତି ପ୍ରାୟ 2ଘଂଟିକା ସମୟରେ କିଛି ଦୁର୍ବୁତ୍ତ ଲୁଟ କରିବାକୁ ଚେଷ୍ଟା କରିଥିଲେ!ସେମାନେ ବ୍ୟାଙ୍କ ରେ ଲାଗିଥିବା ସିସି କେମେରା ରେ କାଦୁଅ ଲଗାଇ ବ୍ୟାଙ୍କ ର ପ୍ରଥମ ସଟର ର ତାଲା ଭାଙ୍ଗି ଭିତରକୁ ପଶିଥିଲେ,ଭିତରେ ଥିବା ଲକର କୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବିଫଳ ହୋଇଥିଲେ!ଲୁଟ ଉଦ୍ୟମ କରିବାକୁ ଆସିଥିବା ଦୁର୍ବୁତ୍ତ ବିଫଳ ହୋଇ ଫେରାର ହୋଇଯାଇଥିଲେ!ଉକ୍ତ ଖବର ପାଇ ସକାଳ ବ୍ୟାଙ୍କ ର ମେନେଜର ଦିଲୀପ କୁମାର ପ୍ରଧାନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ!ଅଭିଯୋଗ କୁ ଭିତ୍ତି କରି ଏସଆଇ ଶିବଜି ପଣ୍ଡା ଘଟଣା ସ୍ଥଳ କୁ ଯାଇ ତଦନ୍ତ ଜାରି ରଖିଥିଲେ, ପରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିଥିଲେ!ଉମରକୋଟ ପୋଲିସ କେସ ନଂ 155/24ରେ ମାମଲା ରୁଜୁ କରି ଆଇପିସି ଧାରା 457,380,511ରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି!

Leave a Reply

Your email address will not be published. Required fields are marked *