ଭଦ୍ରକ ବ୍ଲକ ରେ ପ୍ରଶାସନ କୁ ଭ୍ରମିତ କରି ଠାକୁରଙ୍କ ସମ୍ପତ୍ତି କୁ ଜବର ଦଖଲ

ଭଦ୍ରକ ବ୍ଲକ ଅନ୍ତର୍ଗତ ହମିର ବିନ୍ଧା ନିବାସୀ ସ୍ଵର୍ଗତ କୃପାସିନ୍ଦୁ ସାହୁ ଙ୍କ ଜମି ଖାତା ନଂ ୮୫ ଖସଡା -୨୧୩ ଏରିଆ ୫୨ ଡିସିମିଲ ଜମି ଯାହାକି, ସେ ଗ୍ରାମ ଦେବୀ ନାମରେ ଦାନ କରାଯାଇଥିଲା ଭଦ୍ରକ ମ୍ୟୁନିସିପାଲଟି ର ୨୨ ନମ୍ବର ଓ୍ବାର୍ଡ ର ଅଧିବାସୀ ମାନଙ୍କ ମୃତ ପରେ ସବ ସତ୍କାର କରାଯାଏ ପିଢି ପିଢି ରୁ ହୋଇଆସୁଅଛି କିଛି ଦିନ ହେବ ଭଦ୍ରକ ବ୍ଲକ ନିର୍ଦେଶ ରେ ସେ ଯାଗା ରେ କ୍ରକଂଟି ଡ୍ରେନେଜ କାର୍ଯ୍ଯ ଆରମ୍ଭ କରାଯାଉଛି ,ଗ୍ରାମ ର ସଦସ୍ଯ ବାରଣ କରିବାରୁ ଯୋର ଜବରଦସ୍ତ କରିବା ପାଇଁ ଧମକ ଦେବାରୁ ଗ୍ରାମ ର ସଦସ୍ଯ ବ୍ଲକ ର ବିଡିଓ ଙ୍କୁ ଲିଖିତ ଆକାର ରେ କାମ ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ଫଳ ଶୂନ୍ଯ ହୋଇଥିଲା ,ଗ୍ରାମ ର କିଛି ସଦସ୍ଯ ବ୍ଲକ ର ପିଏସ, କଲେକ୍ଟର, ସବ କଲେକ୍ଟର ,ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ,ବିଶେଷ ସୂତ୍ର ରୁ ଜଣାପଡିଛି କିଛି ମୁଷ୍ଟି ମେୟ ଲୋକ କବଜା କରିବା କୁ ରାତି ରାତି କାମ ସାରିବାକୁ ଚକ୍ରାନ୍ତ କରୁଛନ୍ତି ,ଏ ବିଷୟ ରେ ପୁରୁଣାବଜାର ଥାନା ରେ ଅଭିଯୋଗ କରିଥିଲେ ମଧ୍ଯ ଉଚିତ ପଦକ୍ଷେପ ନେଉ ନାହାନ୍ତି ବୋଲି ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ହେଉଛି, ଲୋକଙ୍କ କହିବା ଅନୁଯାୟୀ ,ବିଡିଓ ଜମି ଚିହ୍ନଟ ନ କରି କିପରି ଟେଣ୍ଡର କଲେ,? ଭଦ୍ରକ ବ୍ଲକ ପିଏସ ତଦାରଖ ନ କରି ବିଲ କିପରି ପାଶ କଲେ ,? ଏ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଉ

Leave a Reply

Your email address will not be published. Required fields are marked *