କାଠ ଆଣବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧା, ମୃତ ଦେହ ଉଦ୍ଧାର

। -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗାଁ ରାମିଆଳ ନଦୀରୁ ନିଖୋଜ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର। ମୃତ ବୃଦ୍ଧା ଜଣଙ୍କ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ମାଝୀସାହିର ଲୁଡୁ ମାଙ୍କଡ଼ିଆ। ଲୁଡୁ ଗତ କାଲି ଅପରାହ୍ନ ସମୟରେ କାଠ ଆଣିବାକୁ ନଦୀ ପାର ହୋଇ ଜଙ୍ଗଲକୁ ଯାଇ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରି ମଧ୍ୟ ପାଇ ନଥିଲେ। ଆଜି ତାଙ୍କ ମୃତ ଦେହ ନଦୀରେ ଭାସୁଥିବା ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି।

Leave a Reply

Your email address will not be published. Required fields are marked *