ରାସ୍ତାକାମ ଏକ ମାସ ନପୁରୁଣୁ ଗାର୍ଡୱlଲ ଫାଟି ଆଁ କଲାଣି
ରାସ୍ତାକାମ ଏକ ମାସ ନପୁରୁଣୁ ଗାର୍ଡୱlଲ ଫାଟି ଆଁ କଲାଣି । ମିଳିମିଶି ଲୁଟି ନେଲେ ଅଧିକାରୀ ଓ ଠିକାଦାର। ହିଞ୍ଜିଳିକାଟୁ:- ୨୨/୦୩ ହିଞ୍ଜିଳିକାଟୁ ପୌରପରିଷଦରେ ଦିନକୁ ଦିନ ଦୁର୍ନିତି ବଢୁଥିବାବେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧ ଗଣେଷ ମାର୍ଗ ରାସ୍ତାରେ ଗାର୍ଡୱାଲ ନିର୍ମାଣ ସହିତ ରାସ୍ତା ତିଆରି ହୋଇଛି । ପୌରପରିଷଦ ବିକାଶ ମୁଳମନ୍ତ୍ର ନେଇ ଲୋକଙ୍କୁ ସୁବିଧାରେ ଆରମ୍ଭ ହୋଇଛି ସଡକ । ଏହି ଯୋଜନାରେ ପକ୍କା ସଡ଼କ କରାଯାଉଥିବା ଵେଳେ ଗଣେଷ ନଗର ରେ ଓଲଟା ରୁପ ଦେଖିବାକୁ ମିଳିଛି। ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ ନଂ ୬ କେନାଲ ରୋଡ ଠାରୁ ଗଣେଷ ନଗର ସାହି ବାସିନ୍ଦା ଙ୍କ ଗମନାଗମନ ଅସୁଵିଧାକୁ ଦୃଷ୍ଟିରେ ରଖି ୪ଟି ସାହି ପ୍ରାୟ ଏକ କୋଟି ଟଙ୍କାର ଅଟକଳ ମଞ୍ଜୁର କରିଛନ୍ତି।ହେଲେ ଅତି ନିମ୍ନ ମାନର ହୋଇଥିବା ଯୋଗୁ ଏକ ମାସ ନପୁରୁଣୁ ରାସ୍ତା ଅତ୍ୟନ୍ତ ବେହାଲ ହେବାରେ ଲାଗିଛି ।

ଏଥିପାଇଁ ଠିକାଦାରଙ୍କୁ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଛି।ହେଲେ ଠିକାଦାରଙ୍କ ହୀନ ମାନସିକତା ଓ ରାସ୍ତା କାର୍ଯ୍ୟ କରିବାର ଶୈଳୀ ତୃଟିପୁର୍ଣ୍ଣ ହୋଇଥିବାରୁ ରାସ୍ତା ଉପରେ ବିଛାଯାଇଥିବା ମୋରମ କାଦୁଅ ପଚପଚ ହୋଇ ଉଠିଲାଣି। ଗାର୍ଡ଼ୱାଲ ଫାଟି ଆଁ କଲାଣି।ଏହି କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା।ଆଣ୍ଠୁଏ ଉଚ୍ଚର କାଦପଚ ପଚ । ଗାଡ଼ି ଘୋଡ଼ାତ ଦୂରର କଥା ପାହୁଲା ଟିଏ ପକାଇଲେ ଫୁଟେ ଭିତରକୁ ପଶି ଯାଉଛି। ତେଣୁ ଲୋକେ ଅତି ସତର୍କତାର ସହ ହାତରେ ଚପଲ ଧରି ଯିବା ଆସିବା କରୁଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ର ୱାର୍ଡ ନଂ ୧ ପ୍ଳଟ ବେପାରି ରାସ୍ତା ପୌରପରିଷଦ କୁ ହସ୍ତାନ୍ତର କରିନାହାନ୍ତି କିନ୍ତୁ ପୌର ପରିଷଦ ଅଧିକାରୀ ପିସି ନିମନ୍ତେ ମନଈଛା ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ଦେଇଛନ୍ତି ଓ ସାହି ବାସିନ୍ଦା ଙ୍କ ଅଜ୍ଞାତ ରେ ସାହିର ନାମକରଣ କରାଯାଇଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଗଣେଶ ନଗର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। କାଦୁଅ ପଚ ପଚ ରାସ୍ତା ହିଁ ସାହିବାସୀନ୍ଦାଙ୍କ ପାଇଁ ସାହା ଭରସା । ।
