ତିନୋଟି ଗାଈ କୁ ଖାଇଚି ବାଘ

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜଗଡ ରେଞ୍ଜ ଅନ୍ତର୍ଗତ ବୁଦୁଲି ଗ୍ରାମରେ ତିନି ଦିନ ଧରି ଦେଖାଦେଇଛି ବାଘର ଆତଙ୍କ। ଗତ ଗୁରୁବାର ଦିନ ବୁଦୁଲି ଗ୍ରାମର ସନ୍ତୋଷ ଗୌଡଙ୍କ ଗାଈ ଗୋଠ ଭିତରେ ପଶି ତିନୋଟି ଗାଈକୁ ଟାଣି ନେଇ ନିକଟ ଜଙ୍ଗଲରେ ମାରି ଖାଇଛି ବାଘ। ଗ୍ରାମବାସୀ ଓ ବନବିଭାଗ ଦୁଇ ଦିନ ଧରି ବହୁ ଖୋଜା ଖୋଜି ପରେ ମୃତ ଗାଈ ମାନଙ୍କର ଖଣ୍ଡ ବିଖଣ୍ଡ ମୃତଦେହ ଅଜି ସକାଳୁ ଉଦ୍ଧାର ହୋଇଛି। ତାପରେ ବନବିଭାଗ ଏହି ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ କରି ପୋତିଦେଇଥିବ ଦେଖିବାକୁ ମିଳିଛି। ହେଲେ ୟେ କେଉଁ ପ୍ରଜାତିର ବାଘ ତାହା ବନବିଭାଗ ସଠିକ୍ ଭାବେ ଲୋକଙ୍କୁ ଜଣାଉନଥିବା ଅଭିଯୋଗ ହୋଇଛି।

ଏପଟେ ଗ୍ରାମବାସୀ ନିଜର ଗୃହପାଳିତ ପଶୁର ସୁରକ୍ଷା ଚିନ୍ତା କରୁଥିବା ବେଳେ ସନ୍ଧ୍ୟା ବେଳେ ଗ୍ରାମବାସୀ ବାହାରକୁ ବାହାରିବା ପାଈଁ ଭୟ କରୁଛନ୍ତି। ତେବେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସଠିକ୍ ଭାବେ ଅଞ୍ଚଳରେ ପେଟ୍ରୋଲିଂ କରିବା ପାଈଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।କିଛି ଦିନ ତଳେ ସେହି ବୁଦୁଲି ରାସ୍ତାରେ ଭାରିଯନ୍ ଧକ୍କାରେ ଏକ କଳରପତିରିଆ ବାଘ ର ମୃତ୍ୟୁ ଘଟିଥିଲା। ଏବେ ତିନୋଟି ଗାଇ କୁ ବାଘ ଖାଇବା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଚି।

Leave a Reply

Your email address will not be published. Required fields are marked *