ଭାରତୀୟ ପୁରୁଷ ହକି ଦଳ ମହାପ୍ରଭୁଙ୍କୁ ଦର୍ଶନ

ଭାରତୀୟ ପୁରୁଷ ହକି ଦଳ ମହାପ୍ରଭୁଙ୍କୁ ଦର୍ଶନ କଲେ।ପୁରୀ ୨୩/୩ ପ୍ୟାରିସରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଅଲମ୍ପିକ ଅନୁଷ୍ଠିତ ହେବ ବୋଲି ଭାରତୀୟ ହକି ଦଳ ପକ୍ଷରୁ ସୂଚନା ମିଳିଛି।ଭାରତୀୟ ଦଳ ସେଥିରେ ଅଂଶଗ୍ରହଣ ପୂର୍ବରୁ ଚଳିତ ମାସ ୨୯ ତାରିଖରୁ ଦ୍ୱି ପାକ୍ଷିକ ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ।ଏହି ଗସ୍ତ ପୂର୍ବରୁ ଭାରତୀୟ ହକି ଦଳର ସଦସ୍ୟମାନେ ଆଜି ଅପରାହ୍ନ ରେ ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।ଯେହେତୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହକି ଟିମ ର କ୍ୟାମ୍ପ ଚାଲିଥିଲା, ତେଣୁ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।ଅପରାହ୍ନ ୨.୩୦ରେ ହକି ଟିମ ପୁରୀ ମାର୍କେଟ ଛକ ଠାରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇ ବେଟେରୀ ଗାଡ଼ିରେ ସେମାନ ଙ୍କୁ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।

ପରେ ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ।ସେମାନେ ମଧ୍ୟ ମନ୍ଦିର ରେ ପ୍ରସ୍ତୁତ ମହାପ୍ରଭୁଙ୍କ ଖେଚୁଡ଼ି ଖାଇ ଆନନ୍ଦ ପ୍ରକାଶ କରିଥିଲେ।ପରେ ପରେ ସେମାନେ ବ୍ଲୁ ଫ୍ଲାଗ ବିଚ ପରିଦର୍ଶନ କରିଥିଲେ।ହକି ଇଣ୍ଡିଆ ର ସଭାପତି ତଥା ଓଡିଶା ହକି ପ୍ରମୋଶନ କାଉନସିଲ ର ଅଧ୍ୟକ୍ଷ ଡଃ ଦିଲ୍ଲୀପ ତିର୍କୀ, ଭାରତୀୟ ପୁରୁଷ ସିନିୟର ହକି ଦଳର ମୁଖ୍ୟ କୋଚ କ୍ରେଗ ଫଲଟନ ଓ କ୍ୟାପଟେନ ହରମନପ୍ରିତ ସିଂ ଙ୍କ ସହ ୩୫ ଜଣିଆ ଦଳ ଏହି ଗସ୍ତରେ ସାମିଲ ଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଅନ୍ୟାନ୍ୟ ସହଯୋଗୀ ମାନେ ହକି ଟିମ କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *