ଧରାପଡିଲା ଦୁର୍ଦ୍ଧାନ୍ତ ଅପରାଧୀ
ଧରାପଡିଲା ଦୁର୍ଦ୍ଧାନ୍ତ ଅପରାଧୀ ରାହୁଲ ଭଞ୍ଜନଗର,୨୩/୦୩ : ଭଞ୍ଜନଗର ପୁଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ଙ୍କୁ କାବୁ କରି ପଚରାଉଚରା ପରେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ଓରଫ ରାହୁଲ। ତା ନିକଟରୁ ଏକ ବାଇକ୍, ଗୋଟିଏ ବନ୍ଧୁକ,୪ ଟି ଗୁଳି,ଗୋଟିଏ ଖଣ୍ଡା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ଏସଆଇ ଜୋତ୍ସାମୟୀ ସାହୁ ସଦଳବଳେ ବରଙ୍ଗ ନାଳ ନିକଟରେ ନାକା ଡିଉଟି କରୁଥିଲେ।ଏହି ସମୟରେ ଭଞ୍ଜନଗର ଥାନା ଅଧିନ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ନିଜ ବାଇକ୍ ଯୋଗେ ବେଲଗୁଣ୍ଠା ରୁ ଭଞ୍ଜନଗର ଆଡକୁ ଆସୁଥିଲେ।ପବିତ୍ର ପୁଲିସ ଟିମ୍ କୁ ଦେଖି ଗାଡି ବୁଲାଇ ପଳାଇଯାଉଥିଲେ। ପୋଲିସ ର ସନ୍ଦେହ ହେବାରୁ ସେହି ଗାଡିକୁ ଗୋଡ଼ାଇ ଧରିବାରୁ ତାଙ୍କ ଠାରୁ ଗୋଟେ ରିଭଲଭର ସହିତ,୪ ଟି ଗୁଳି, ଗୋଟିଏ ଖଣ୍ଡା,ଗୋଟିଏ ମୋବଇଲ ଫୋନ ଏବଂ ୩୦୦ ଟଙ୍କା କୁ ପୁଲିସ ଜବତ କରିଛି। ଏ ନେଇ ୨୯୦/୨୪ ରେ ଏକ ମାମଲା ରୁଜୁ ସହ ଶନିବାର ପବିତ୍ର ଙ୍କୁ କୋର୍ଟ ଚାଲାଣ କରାଯାଇଛି। ପବିତ୍ର ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ଥାନାଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି।
