ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ
ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ,୨୦୨୪ ଉପଲକ୍ଷେ ମେଳଣ ପରିଚାଳନା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ।ବାସନ୍ତି ସାହୁ ସମିତି ଅଧ୍ୟକ୍ଷା ଏବଂ ପ୍ରସନ୍ନ ମହାରଥି ମେଳଣ ସଂଯୋଜକ ଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ। ଆଲୋଚନାର ପ୍ରସଙ୍ଗ ପରମେଶ୍ଵର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପାରମ୍ପାରିକ ସୁପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମିବା ଉତ୍ସବ ୩୦୵୦୩୵୨୦୨୪ ତାରିଖ, ଶନିବାର ଏବଂ ଠାକୁର ମେଳଣ ଉତ୍ସବ, ହରିହର ଭେଟ, ୦୩/୦୪/୨୦୨୪ ତାରିଖ ବୁଧବାର ୫ ଦିନ ହେବାକୁ ଯାଉଥିବା ବଳେ, ସେହି ପରିପ୍ରେକ୍ଷିରେ ମେଳଣ ପରିଷଦ ପରିଚାଳନା ଅନୁଷ୍ଠାନର ସଂଯୋଜକ ପ୍ରସନ୍ନ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ଵାନ କରିଥିଲେ। ଶ୍ରୀ ମହାରଥୀ ସୁଚନା ମାଧ୍ୟମରେ ପ୍ରଭୁ ପଶ୍ଚିମାଶମ୍ଭୁ ମେଳଣ ଉତ୍ସବକୁ କିଭଳି ଉତ୍ତମ ଆକର୍ଷଣୀୟ,

ସରସ ସୁନ୍ଦର କରିବା ବାର୍ତ୍ତା ପ୍ରସାରଣ ପାଇଁ ଅନୁରୋଧ କରିଥିଲେ। ମେଳଣ ଅନୁଷ୍ଠାନ ସହିତ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିବା ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟକ୍ରମ ଉପରେ ତା ୨୩।୦୩।୨୦୨୪ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଳିତବର୍ଷ ମେଳଣ ଉତ୍ସବ ଚିତ୍ତାକର୍ଷକ ଜମାଣ ରାତ୍ର ଉତ୍ସବ’ରେ ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁସଜ୍ଜିତ ଦୋଳ ବିମାନରେ ଉପବିଷ୍ଟ ହୋଇ ମନ୍ଦିର ଠାରୁ ଏକ କିଲୋମିଟର ଦୂରତ୍ଵରେ ଅବସ୍ଥିତ ଐତିହାସିକ ମେଳଣ ମଣ୍ଡପକୁ ଭକ୍ତଙ୍କ ଗହଣରେ ଗହଳ ଯାତ୍ରା କରି ବିଜେ କରିବେ। ଏହି ଜମାଣ ରାତ୍ରରେ ବିଗତ ବର୍ଷ ଅପେକ୍ଷା, ଚଳିତବର୍ଷ ସ୍ୱତନ୍ତ୍ର ଏବଂ ନିଆରା ଢଙ୍ଗର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ଅନେକ ଆକର୍ଷଣୀୟ କଳରଙ୍ଗମାନ ଭାଗ ନେଉଥିବା ବେଳେ ଖ୍ୟାତନାମା କଳାକାରମାନଙ୍କ ଦ୍ବାରା ଆତସବାଜି ପ୍ରଦର୍ଶନ କରାଯିବ। ମେଳଣ ଉତ୍ସବରେ ବିଭିନ୍ନ ଅଂଚଳରୁ ଘଣ୍ଟା,ଘଣ୍ଟ ବାଦ୍ୟଦଳ, ଶଙ୍ଖଧ୍ଵନି, ବାଦ୍ୟ ବିଚିତ୍ରା ଦଳ, ବହୁ ସଂକୀର୍ତ୍ତନ ମଣ୍ଡଳୀ, ପାଇକ ଆଖଡ଼ା, ଅଗ୍ନିପିଣ୍ଡୁଳା ପଟାଖେଳ ପ୍ରଦର୍ଶନ, ଭେରୀ ତୁରୀ ଧ୍ବନି କାର୍ଯ୍ୟକ୍ରମ ରହୁଥିବା ବେଳେ, ଭିନ୍ନ ଭିନ୍ନ ଯୁବ ସଂଗଠନର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଶ୍ଚିତ ନିଆଯାଇଛି।
