କାନ୍ଥ ପଡି ମୃତ

ରାସ୍ତା ପାଖରେ ବସି ଥିବା ବେଳେ ଓଲଟିଲା ମାଟି କାନ୍ଥ, ମାଟି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପୂଅ ର ମୃତ୍ଯୁ ହୋଇଥିବା ବେଳେ ବାପା ଏବଂ ମା ଗୁରୁତର ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ପଶ୍ଟିମବାର୍ଡ ଗ୍ରାମର ଶେଖ ସମିରୁଦ୍ଦିନ, ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୂଅ ଶେଖ ଆରିଫ ଘର ପାଖ ରାସ୍ତା କଡ ରେ ବସିଥିବା ବେଳେ ତାଙ୍କ ପଡୋଶୀ ଘର ର ଏକ ମାଟି କାନ୍ଥ ହଠାତ ସେମାନକଂ ଉପରେ ଓଲଟି ପଡିଥିଲା, ଯାହା ଫଳରେ ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇ ଥିଲେ, ଚିତ୍କାର ଶୁଣୀ ସ୍ଥାନୀୟ ଲୋକେ ଦୌଡି ଆସି ସମସ୍ତୁଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ, ଘଟଣା ସ୍ଥଳରେ ପୂଅ ଶେଖ ଆରିଫ ଙ୍କ ମୃତ୍ଯୁ ହୋଇଥିବା ବେଳେ ବାପା ଏବଂ ମା ଗୁରୁତର ହୋଇ ଥିଲେ, ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ବର ହସପିଟାଲ ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଭୟଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି, ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି

Leave a Reply

Your email address will not be published. Required fields are marked *