ନଈରେ ବୁଡି ଯୁବକ ମୃତ

କାକଟପୁର ୨୫/୦୩- କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗ୍ରାମ ପଞ୍ଚାୟତ ନିକଟ କୁଣ୍ଢେଇ ବ୍ୟାରେଜ୍ ନିକଟରେ ସୋମବାର ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ ଗାଧୋଉଥିବା ସମୟରେ ନଈରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପରି ଏକ ଦୁଃଖଦ ଘଟଣା କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଛୋଟରାୟପୁର ଗ୍ରାମର ପ୍ରତାପ କୁମାର ନାୟକଙ୍କ ୧୮ବର୍ଷୀୟ ପୁତ୍ର ସୁଭ୍ରଜିତ ନାୟକ ବୋଲି ଜଣାପଡିଛି।

କୁଣ୍ଢେଇ ଆନିକଟ ନିକଟରେ ପ୍ରାଚୀନଦୀ ରେ ସାନଭାଇ ଓ ସାଙ୍ଗ ମାନଙ୍କ ସହିତ ଗାଧୋଉ ଥିବା ସମୟରେ ପାଣିରେ ବୁଡି ଯାଇଥିଲେ। ଖୋଜା ଖୋଜି ପରେ ତାଙ୍କୁ ପ୍ରାୟ ୨ଘଣ୍ଟା ପରେ ଗ୍ରାମବାସୀ ଉଦ୍ଧାର କରି ସଂଗେ ସଂଗେ ବାଙ୍ଗୁରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ, ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ୪/୨୦୨୪ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆନିକଟ ନିକଟରେ ପାହାଚ ନଥିବା ଓ ସେଠାରେ ନଦୀ ପାର୍ଶ୍ଵ ବିପଦ ସଂକୁଳ ଅବସ୍ଥାରେ ଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ ମତ ପୋଷଣ କରିଥିଲେ। ଚଳିତ ବର୍ଷ +୨ ପରୀକ୍ଷା ଦେଇଥିବା ଉକ୍ତ ଛାତ୍ରଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *