୩୫୦ ବର୍ଷ ର ଐତିହାସିକ ପର୍ବ କାଳିମେଘା ମେଳଣ ,ଏଠି ରଙ୍ଗ ନୁହେଁ କାଦୁଅ ରେ ଖେଳାଯାଏ ହୋଲି

ସାରା ଦେଶ ରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି କିନ୍ତୁ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ରେ ଏକ ନିଆରା ହୋଲି ପର୍ବ ପାଳନ ହୁଏ ତିହିଡ଼ି ବ୍ଲକ ର କାଳିମେଘା ତିହିଡ଼ି ମେଳଣ ଦାଣ୍ଡ ରେ ପଙ୍କ ଓ କାଦୁଅ ରେ ଖେଳନ୍ତି ହୋଲି, ପିଲାଠାରୁ ବୁଢାଯାଏ ମେଲଣ ଭାଙ୍ଗିବା ପରେ ଖେଳନ୍ତି ପଙ୍କ କାଦୁଅ ରେ ହୋଲି ,ପ୍ରବାଦ ଅନୁସାରେ ୩୫୦ ବର୍ଷ ତଳେ ଏକ କାଷ୍ଠ ନିର୍ମିତ ଜଗନ୍ନାଥ ଙ୍କ ମୃର୍ତ୍ତି କୁ ନଦୀ ଗର୍ଭ ରେ ଭାସୁଥିବା ଅବସ୍ଥା ରେ ଶିବା ମାହୁନ୍ତ ନାମକ ଜନୈକ ବ୍ଯକ୍ତି ଦେଖିଥିଲେ ପରେ ସେହି ମୃର୍ତ୍ତି କୁ ଆଣି ଚୌଧୁରୀଙ୍କୁ ଦେବାରୁ କାଠ ନିର୍ମିତ ଏକ ମନ୍ଦିର ରେ ଜଗନ୍ନାଥ କୁ ପୂଜାର୍ଚନା କରାଯାଇଥିଲା କାଳିମେଘା ଗ୍ରାମ ରେ ଏହି ମନ୍ଦିର ଏବେ ଦଧିବାମନ ଜୀଉ ମନ୍ଦିର ନାମରେ ନାମିତ, ଏହା ତିହିଡ଼ି ଅଞ୍ଚଳ ର ଐତିହାସିକ ପର୍ବ ବାହାର ଜିଲ୍ଲା ରୁ ଦୋକାନି ଆସିଥାଆନ୍ତି ବହୁ ଆଡମ୍ବର ରେ ପାଳିତ ହୋଇଥିଲା,

Leave a Reply

Your email address will not be published. Required fields are marked *