ବିଜେପି ପ୍ରେସମିଟ
ଦୀର୍ଘ ଦୁଇବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଫୋନି ସହାୟତାରୁ ବଞ୍ଚିତ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଯୋଗ୍ୟ ହିତାଧିକାରୀ କ୍ଷତିଗ୍ରସ୍ତ। ଫୋନି ସହାୟତାରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଶାସକ ଦଳର ଲୋକଙ୍କୁ ଫନି ସହାୟତା ମିଳିଛି। ସେହିପରି ସତ୍ୟବାଦୀ ତହସିଲ ଅଫିସରେ ସହକାରୀ ରାଜସ୍ୱ ନୀରିକ୍ଷକଙ୍କୁ ମାଡ ମରାଯିବା ଘଟଣାରେ ଏପର୍ଯ୍ୟନ୍ତ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ଯାହାକୁ ନେଇ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଶାନା କରିଛି ପୁରୀ ଜିଲ୍ଲା ବିଜେପି। ସମ୍ବିଳନୀରେ ବିଜେପି ଅଭିଯୋଗ ଆଣିଛି ଯେ ଫୋନି କ୍ଷତିଗ୍ରସ୍ତଙ୍କୁ ସହାୟତା ଦବାରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ବେଳେ ସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ସତ୍ୟବାଦୀ ବିଧାୟକଙ୍କ ଲୋକ ମାଡ ମାରିଛନ୍ତି। ସରକାରୀ ଅଫିସ ଭଙ୍ଗାରୁଜା କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ତେଣୁ ଉଭଯ ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛି। ଅନୁଷ୍ଠିତ ଆଜିର ସାମ୍ୱାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଲିଟେନ୍ଧୁ ବିଦ୍ୟାଧର ମହାପାତ୍ର, OBC ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ଵାଳ, ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ରମା ବଳିୟାର ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବାଦୀର ଯୁବନେତା ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ନାୟକ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
