ନିରୁତ୍ସାହ ଭାବେ ଶ୍ରୀବଳଦେବଙ୍କ ଜନ୍ମ,ଗୋପୂଜନ ଓ ରକ୍ଷାବନ୍ଧନ ପାଳିତ
ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଭଂଜବଂଶ ଅଧିଷ୍ଠିତ ଆରାଧ୍ଧଦେବ ଶ୍ରୀବଳଦେବଙ୍କ ଜନ୍ମୋତ୍ସବ ଏବଂ ଅଞ୍ଚଳରେ ଗୋପୂଜନ ଓ ରକ୍ଷାବନ୍ଧନ ଉତ୍ସବ କରୋନା ପ୍ରାଦୁର୍ଭାବ ଦୃଷ୍ଟିରେ ରଖି ନିରୁତ୍ସାହ ଭାବେ ପାଳିତ ହୋଇଯାଇଛି । ପ୍ରଭାତରୁ ଉଠି ଭାଇଙ୍କ ଉଦ୍ଦେଶ୍ୟରେ ମନ୍ଦିରକୁ ଯାଇ ରାକ୍ଷୀକୁ ପୂଜା କରି ଆଣି ଭାଇଙ୍କ ମଙ୍ଗଳ କାମନା କରିବା ସହ ନିଜକୁ କେବେ ନ ଭୂଲିବା ପାଇଁ ଅଳି କରିଥାନ୍ତି । ତା’ସହ ଗୋ ମାତାଙ୍କୁ ମଧ୍ୟ ସ୍ନାନ କରାଇ ଫୁଲ,ଚନ୍ଦନ ଓ ହଳଦି ଲଗାଇ ପୂଜା କରୁଥିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ଆମ ହିନ୍ଦୁ ସଂସ୍କୃତିରୁ ଗୋଟିଏ ଗୋଟିଏ ପରଂପରା ତଥା ଆଜିର ପର୍ବରେ ପିଲାମାନେ ବହୁତ ଆନନ୍ଦ ଉଲ୍ଲାସରେ ଗହ୍ମା ଡିଆଁ କରୁଥିଲେ ସେହି ପରଂପରା ଭଳି ଆହୁରି କେତେ ଗୁଡିଏ ପରଂପରା ହିନ୍ଦୁ ସଂସ୍କୃତିରୁ ଲୋପ ହୋଇଯିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ନିରୁତ୍ସାହ ଆଣିଦେଇଛି ।
ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା
