ନୟାଗଡଠାରେ ମେଗା SHG ସମନ୍ୱୟ ମେଳା ଅନୁଷ୍ଠିତ
ନୟାଗଡ,୨୫/୮- ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା SHG ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ ଗୋଟି SHG ର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନ ଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା । ତନ୍ମଧ୍ୟରୁ ୫୦୩ ଗୋଟି SHG ର ଲୋନ ବ୍ୟାଙ୍କ ତରଫରୁ sanction କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି । ଏହି ରାଶି ଏହି ୫୦୩ ଗୋଟି SHG ର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ। ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ର SHG ମାନଙ୍କ ଜୀବିକାରେ ଉନ୍ନତି ଆସିବ ତଥା ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ଘଟିବ। କୋଭିଡ଼ ପରିସ୍ଥିତି ଯୋଗୁ ଲୋକଙ୍କ ଜୀବନ ଜୀବିକା ନିହାତି ଭାବରେ ଖରାପ ହୋଇଛି ଆଉ ଏହି ପରିସ୍ଥିତିରେ ଏହିଭଳି ମେଗା ମେଳା ନିହାତି ଆବଶ୍ୟକ ଥିଲା । ଏହି ମେଳାରେ ଜିଲାପାଳ ନୟାଗଡ ଡ଼ଃ ପୋମା ଟୁଡୁ ଉପସ୍ଥିତ ରହି , କିଭଳି ସମସ୍ତ SHG ମାନେ ବ୍ୟାଙ୍କରୁ ମିଶନ ଶକ୍ତି ଲୋନ ନେଇ ନିଜର ଆର୍ଥିକ ପରିସ୍ଥିତି ସଜାଡି ପାରିବେ ବୋଲି କହିଥିଲେ । ଏହି ମେଳାରେ PD DRDA , ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର CGM , GM , DGM ,RM ଆଦି ଉପସ୍ଥିତ ଥିଲେ । ଏହି ମେଳା ରେ ବ୍ୟାଙ୍କ ଦ୍ୱାରା ବଛା ଯାଇଥିବା SHG ମାନଙ୍କୁ sanction order ପ୍ରଦାନ କରାଯାଇଥିଲା । ଏହା ସହିତ DRDA କ୍ୟାମ୍ପସ ରେ ମଧ୍ୟ SHG ମାନଙ୍କ ଦ୍ୱାରା କରାଯାଇଥିବା ଜୀବିକା ଭିତିକ କାର୍ଯ୍ୟକ୍ରମ stall କରାଯାଇଥିଲା ଯେଉଁଥିରେ ବିଭିନ୍ନ ବ୍ଲକରୁ ଆସିଥିବା ଜୀବିକା ମିଶନ ମିଶନ ଶକ୍ତିର ୭ ଗୋଟି SHG ଅଂଶଗ୍ରହଣ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
