ଜିଲ୍ଳା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଫନି ବାତ୍ୟା, କରୋନା ପରିସ୍ଥିତି ଓ ବିଭିନ୍ନ କାରଣରୁ ତିନି ବର୍ଷ ପରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ରେଡକ୍ରସ କାର୍ଯ୍ୟକଳାପକୁ ବ୍ୟାପକ କରାଯିବ । ଅଧିକ ଆଜୀବନ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ । ଆସନ୍ତା ମାସ ପ୍ରଥମ ସପ୍ତାହରେ କୃଷ୍ଣପ୍ରସାଦରେ ଚକ୍ଷୁ, ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଆସନ୍ତା ଅକ୍ଟୋବର ୯ ତାରିଖ ଗୋପବନ୍ଧୁଙ୍କ ଜୟନ୍ତୀରେ ସୁଆଣ୍ତୋରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ବୈଠକ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର, ସଭ୍ୟସଭ୍ୟା ଶ୍ରୀ ରାଧାକାନ୍ତ ଦାଶ, ଶ୍ରୀ ରାଜକିଶୋର ପାତ୍ର, ଡଃ ବେଣୀମାଧବ ପାଢୀ, ଶ୍ରୀମତୀ ପ୍ରତିମା ମିଶ୍ର, ଶ୍ରୀମତୀ ଜୟନ୍ତୀ ମହାପାତ୍ର, ଶ୍ରୀମତୀ ଗୀତାଞ୍ଜଳୀ ପଣ୍ତା, ଶ୍ରୀମତୀ ମଧୁମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *