କଂଗ୍ରେସ କର୍ମୀ ଙ୍କ ମନ ରେ କଷ୍ଟ ବିଧାୟକ ପ୍ରାର୍ଥୀ ଚୟନ କୁ ନେଇ କର୍ମୀ ଅସନ୍ତୁଷ୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ 4 ଗୋଟି ବ୍ଲକ କୁ ନେଇ ଗଠିତ ଥିବା ବେଳେ , ପ୍ରଥମେ କଂଗ୍ରେସ ଦଳ ପକ୍ଷ ରୁ ସୁରଦା ପ୍ରଧାନ ଙ୍କୁ କଂଗ୍ରେସ ଟିକେଟ ଘୋଷଣା ପରେ ବିଭିନ୍ନ ବ୍ଲକ ର କର୍ମୀ ବିରୋଧ କରିଥିବା ଦେଖିବାକୁ ମିଳିଥିଲା | ଯାହା ଫଳ ରେ ପି ସି ସି ସଭାପତି ଶରତ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଦଳ ଟିକେଟ ପରିବର୍ତ୍ତନ କରି ଉପେନ୍ଦ୍ର ପ୍ରଧାନ ଙ୍କୁ ଟିକେଟ ପ୍ରଦାନ କରିଥିଲା | କିନ୍ତୁ ବିଡମ୍ବନା ର ବିଷୟ ବର୍ତମାନ କର୍ମୀ ଙ୍କ ମନ ରେ ଏକ ବଡ଼ ପ୍ରଶ୍ନ ଉପେନ୍ଦ୍ର ପ୍ରଧାନ ଙ୍କୁ କିଭଳି ଦଳ ଟିକେଟ ପ୍ରଦାନ କରିଲା |

ଯାହାଙ୍କୁ କି ଗୋଟିଏ ଦିନ ମଧ୍ୟ ସଂଗଠନ କାର୍ଯ୍ୟ ହେଉ କିମ୍ବା କୌଣସି ଦଳୀୟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିନାହିଁ ବରଂ, ଆକାଶ ପ୍ରଧାନ ଯିଏ କି ଜଣେ ଯୁବ ସମାଜ ସେବି ସଂଗଠନ ର ସମସ୍ତ ଦାୟିତ୍ବ ରେ ନିପୁଣ |ଦଳୀୟ କାର୍ଯ୍ୟକ୍ରମ ରେ ସଦାସର୍ବଦା ସହଯୋଗ କରୁଥିବା ବ୍ୟକ୍ତି ସମସ୍ତ ଙ୍କ ସୁଖଦୁଃଖ ର ସାଥି ଙ୍କୁ ଟିକେଟ ପ୍ରଦାନ କରାଗଲେ ପୁଣି କଂଗ୍ରେସ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜୟ ର ସ୍ୱାଦ ଚାଖିପାରିବ ବୋଲି କର୍ମୀ ଓ ବୁଦ୍ଧିଜୀବୀ ଗଣମାଧ୍ୟମ ଙ୍କୁ ସୂଚନା ପ୍ରଦାନ କରିବା ସହିତ ପି ସି ସି ସଭାପତି ଙ୍କୁ ପୁଣି ଟିକେଟ ପରିବର୍ତ୍ତନ କରିବା ସକାଶେ ଅନୁରୋଧ କରିଛନ୍ତି।
