ଆନନ୍ଦପୁର ଅବକାରୀ ବିଭାଗର ଚଢ଼ାଉ
ଆନନ୍ଦପୁର, କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଅବକାରୀ ନିରୀକ୍ଷକ ପ୍ରଫୁଲ୍ଲ ମହାନ୍ତି ଓ ଆନନ୍ଦପୁର ଅବକାରୀ ବିଭାଗର ଓଆଇସି ନରେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧନାରେ ଆନନ୍ଦପୁର ଅବକାରୀ ବିଭାଗର କର୍ମଚାରୀ ସଞ୍ଜୀବ ସେଠି, ନିବେଦିତା ମାଝୀ, ସୁଶାନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପରିଡା, ପ୍ରଫୁଲ୍ଲ କୁମାର ମହାନ୍ତ ଘସିପୁରା ଥାନା ଅନ୍ତର୍ଗତ ଅନଳ ଏବଂ ଆନନ୍ଦପୁର ଠାରେ ଥିବା ଏକ ବେଆଇନ ମଦ କାରଖାନାରେ ଚଢ଼ାଉ କରି ୨୦୦୦ କେଜି ମହୁଲପୋଚ ଓ ୭୧ଲିଟର ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛନ୍ତି ।
