ଆନନ୍ଦପୁର ବିଧାନସଭାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଆନନ୍ଦପୁର ନଗରରେ ବିଜେପିର ରାଜ୍ୟ ସଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ମାର୍ଗଦର୍ଶନରେ ଆନନ୍ଦପୁର ବିଧାନସଭାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହିବୈଠକରେ ବିଧାନସଭା ଅନ୍ତର୍ଗତ ଆଠଟି ସାଙ୍ଗଠନିକ ମଣ୍ଡଳର ସଭାପତି, ପ୍ରଭାରୀ,ସାଧାରଣ ସମ୍ପାଦକଙ୍କ ସମେତ ବିଧାନସଭାରୁ ଜିଲ୍ଲା ,ରାଜ୍ୟ ସ୍ତରରେ ଦଳର ପ୍ରତିନିଧିତ୍ୱ କରୁଥିବା ସମସ୍ତ ପଦାଧିକାରୀଙ୍କ ସହ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ବରିଷ୍ଠ ନେତା ରାମଚନ୍ଦ୍ର ସାହୁ,ଭଗବାନ ସାହୁ,ବିଜୟ ରାଉତ, ଗୋଲକ ଜେନା, ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ବିଧାନସଭାର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଯୁବ ମୋର୍ଚ୍ଚାର ଯଜ୍ଞ ପ୍ରସାଦ,ରାଜ୍ୟ କୃଷକ ମୋର୍ଚ୍ଚାର ଶ୍ରୀଧର ସାହୁ,ସରୋଜ ସାହୁ ,ରାଜ୍ୟ ମହିଳା ମୋର୍ଚ୍ଚା ର ସୁମତି ଯେନା ଜିଲ୍ଲା ସମ୍ପାଦକ ଦୀପକ ଜେନା ,ଜିଲ୍ଲା ସମ୍ପାଦିକା ଅସୀମା ମିଶ୍ର,ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ହେମରଞ୍ଜନ ବାରିକ,ଜିଲ୍ଲା ଏସ ସି ମୋର୍ଚାର ସଭାପତି ସନ୍ତୋଷ ଜେନା, ଜିଲ୍ଲା ସାଂସ୍କୃତିକ ସେଲର ସଂଯୋଜକ ସୁଶାନ୍ତ ଜେନା, ବୁଣାକାର ସେଲର ସଂଯୋଜକ ବ୍ରଜକିଶୋର ଦାସ, ଜିଲ୍ଲା କାର୍ଯ୍ୟାଳୟ ସହ ପ୍ରମୁଖ ଜୟଦେବ ଗିରି, ଜିଲ୍ଲା ସୋସିଆଲ ମେଡିଆର ପ୍ରମୁଖ ସବୀର ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲା ଉପସଭାପତି ନିରାକାର ଦଳେଇ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସଙ୍ଗଠନକୁ ତୃଣ ମୂଳ ସ୍ତରରୁ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।
