ସ୍ୟାଣ୍ଡଆର୍ଟ
କାବୁଲ ଏୟାର ପୋର୍ଟରେ ISIS ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣରେ ଶତାଧିକ ଲୋକ ମୃତ୍ୟୁବରଣ କରିବା ସମଗ୍ର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏଭଳି ଆକ୍ରମଣକୁ ସାରା ବିଶ୍ୱରେ କଡା ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗରେ ମଧ୍ୟ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁଦର୍ଶନ ।
