ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ପୁରୀ – ଭୁବେନେଶ୍ୱର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ଚନ୍ଦନପୁର ନିକଟସ୍ଥ ଅଗ୍ନି ଢ଼ାବା ନିକଟରେ ଘଟିଛି ଦୁର୍ଘଟଣା। ଏକ କାର ଭାରସମ୍ୟ ହରେଇ ରାସ୍ତା କଡ଼ରେ ଥିବା ଏକ ନଳାରେ ପଶି ଯିବାରୁ କାରରେ ଥିବା ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାକୁ ନେଇ ପୋଲିସ ପାଖରେ ଖବର ପହଂଚିବା ପରେ ଘଟଣାସ୍ଥଳରେ ପହଂଚି ପୋଲିସ ଆହତଙ୍କୁ ଉଦ୍ଧାର କରି ଘଟଣା ସମ୍ପର୍କରେ ପଚରା ଉଚରା କରିବା ସହ ଗୁରୁତରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାରକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।
