କେନ୍ଦ୍ରୀୟ ମନ୍ତ୍ରୀ ସାନ୍ତୁନୁ ଠାକୁର ଙ୍କ ଦିନିକିଆ ରାଇଘର ଗସ୍ତ

:ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିଅମ ଠାରେ କେନ୍ଦ୍ର ସରକାର ଙ୍କ ବନ୍ଦର ଜାହାଜ ପରିଚାଳନା ବିଭାଗ ମନ୍ତ୍ରୀ ସାନ୍ତୁନୁ ଠାକୁର ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ | ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉମରକୋଟ ନିର୍ବାଚନ ମଣ୍ଡଳୀ, ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ନରସିଂହ ଭତରା ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ପଦ୍ମ ଫୁଲ ରେ ଭୋଟ ଦେଇ ଜୟଯୁକ୍ତ କରେଇବା ଓ ଓଡ଼ିଶାରେ ଡବଲ ଇଂଜିନ ର ସରକାର ଗଠନ କରିବା କୁ ଅନୁରୋଧ କରିଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କେନ୍ଦ୍ରୀୟ ମନ୍ତ୍ରୀ ସାନ୍ତୁନୁ ଠାକୁର ଯୋଗଦେଇଥିବା ବେଳେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ରମେଶ ସାହୁ,ରାବଣା ରାଓ, ପ୍ରମୁଖ ଉପସ୍ଥିତ ଥିଲେ | ସୁରେଶ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *