ଛୋଟରାୟପୁର ଗ୍ରାମର ପାଣି ସମସ୍ୟା ନେଇ ବ୍ଲକ ଘେରାଉ କଲେ ଗ୍ରାମବାସୀ

ଚିଲିକା ବ୍ଲକ ଅନ୍ତର୍ଗତ ଛୋଟରାୟପୁର ପାଣି ସମସ୍ୟା ଦୀର୍ଘ ତିନି ବର୍ଷ ହେଲା ଲାଗିରହିଛି l ଏହାର ସମାଧାନ ପାଇଁ ବାରମ୍ବାର ବ୍ଲକ ରେ ଅଭିଯୋଗ କରି ବିଫଳ ହେବା ପରେ ଆଜି ଗ୍ରାମର ମହିଳା ମାନେ ଖଣ୍ଡିଏ ଖଣ୍ଡିଏ ଫ୍ଲାକାର୍ଡ ଧରିବା ସହିତ ଗରା ବାଲଟି ଧରି ଚିଲିକା ବ୍ଲକ ଆଗରେ ନାରାବାଜି କରିବା ସହିତ ଧାରଣା ଦେଇଥିଲେ l ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଆମେ ସେଠାରୁ ହଟିବୁନାହିଁ ବୋଲି ଅଡ଼ିବସିଥିଲେ ଗ୍ରାମର ଲୋକେ, ଏବଂ ଚିଲିକା BDO ଙ୍କୁ ସମସ୍ୟା ର ସମାଧାନ କରିବାକୁ ଅଭିଯୋଗ ଆଣିଥିଲେ l କିନ୍ତୁ ଚିଲିକା ବିଡିଓ ସେମାନଙ୍କ ଅସୁବିଧା ବିଷୟରେ ଭୁଝିପାରି ଲୋକଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ସହ ଆସନ୍ତା କାଲି ଠାରୁ ପାଣି ଯୋଗାଇ ଦେବେ ବୋଲି କହିବା ପରେ ଆନ୍ଦୋଳନ ରୁ ହଟିଥିଲେ ଛୋଟରାୟପୁର ଗ୍ରାମର ଲୋକେ l

ବର୍ତମାନ ଏକ ଟ୍ୟାଙ୍କର ପାଣି ଯୋଗାଇ ଦେଉଥିଲେ ବି ସମୁଦ୍ରକୁ ଶଙ୍ଖେ ପରି ଚଳିବା ଭଳି ପରିସ୍ଥିତି ହୋଇଥିବା କହୁଛନ୍ତି ଗ୍ରାମର ଲୋକେ, କାହିଁକି ନା ଜନସଂଖ୍ୟା ଅନୁସାରେ ପିଇବା ପାଣି ସେମାନଙ୍କୁ କମ ହେଉଥିବାରୁ ପାଣି ପାଇଁ ଲୋକଙ୍କ ଭିତରେ ଗହଳ ପାଟିତୁଣ୍ଡ ହେଉଛି ବୋଲି ଦର୍ଶାଇ ଥିଲେ l ଚିଲିକା ବିଡ଼ିଓଙ୍କ ପ୍ରତିଶୃତି ପାଇବା ପରେ ଆନ୍ଦୋଳନ ଓହରି ନିଜ ଗ୍ରାମକୁ ଫେରିଯାଇଥିଲେ ଗ୍ରାମବାସୀ

Leave a Reply

Your email address will not be published. Required fields are marked *