ତିନି ଦଫା ଦାବିନେଇ ଦିବ୍ୟାଙ୍ଗଙ୍କ ଦାବିପତ୍ର ପ୍ରଦାନ
ସରକାର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଭିନ୍ନକ୍ଷମ ଅନ୍ତେନିବାସୀ ଶିକ୍ଷା ସ୍ୱେଚ୍ଛାସେବୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଵେଚ୍ଛାସେବୀମାନେ ୧୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଥିଲେ ହେଁ ତାଙ୍କୁ ସଠିକ ଦରମା ପ୍ରଦାନ କରାଯାଉନାହିଁ । କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଛଅ ବର୍ଷରେ ନିୟମିତ କରାଯିବା ସ୍ଥଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି । ଏହା ସହ ଦରମା ମଧ୍ୟ ବୃଦ୍ଧି କରୁନଥିବା ଅଭିଯୋଗ କରିଛନ୍ତି ଏହି ସ୍ଵେଚ୍ଛାସେବୀମାନେ । ଚାକିରୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସାରେ ନିୟମିତ, ସରକାରୀ ନିୟମାନୁସାରେ ଦରମା ବୃଦ୍ଧି ଓ ପ୍ରତିବର୍ଷ ଛଟେଇ କୁ ଉଛେଦ ପାଇଁ ଦାବି କରିଛନ୍ତି କେନ୍ଦୁଝର ଜିଲ୍ଲାର ୪୦ ଦିବ୍ୟାଙ୍ଗ ସ୍ଵେଚ୍ଛାସେବୀ ମାନେ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ- ମନୋଜ କୁମାର ବେହେରା, କେନ୍ଦୁଝର।
