ବିଜେଡି ସାଙ୍ଗରେ ଅଛି ରହିବ – ମୁଖ୍ୟମନ୍ତ୍ରୀ

ପୁରୀ,୨୨/୫-ଓଡିଶା ଲୋକଙ୍କ ବଳ ବିଜେଡି ଦଳ । ଗରିବ ଲୋକଙ୍କୁ ସାହାଯ୍ଯ ହାତ ବଢାଇଛି ବିଜେଡି । ଗାଁ ଠୁ ସହର ସବୁଠି ବିଜେଡିର ଶଙ୍ଖ ନାଦ । ବିଜେଡି ଲୋକଙ୍କ ସାଙ୍ଗରେ ରହିଥିଲା ,ରହିଛି ଓ ଆଗକୁ ରହିବ ବୋଲି ତାଳବଣିଆ ଠାରେ ବିଜେଡିର ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟ ଜଗନ୍ନାଥ କହିବା ସହ ଆପଣମାନେ ଖୁସି ତ କହିବାରୁ ସଭାସ୍ଥଳ କରତାଳିରେ ବର୍ଷୁଥିଲା । ଷ୍ଟାର ପ୍ରଚାରକ ଭୂପିନ୍ଦରଙ୍କ ସହ ବହୁ ଗୀତିକାର ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ଉପରେ ଗୀତ ବୋଲି କର୍ମୀ ମାନଙ୍କୁ ଉତ୍ସାହିତ କରୁଥିଲେ । ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ ଜନତାଙ୍କୁ ସମ୍ବୋଧିତ କରି କହିଲେ ପୁରୀ ବିଶ୍ବରେ ଏକ ନମ୍ବର ସହର ହେବ । ଆନ୍ତର୍ଜାତିକ ବିମାନ ବନ୍ଦର ଯୋଗୁ ପୁରୀର ଖ୍ଯାତି ବଢିବ ।

ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ପୁରୀରେ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏହି ସଭାରେ ପୁରୀ, ବ୍ରହ୍ମଗିରି,ସତ୍ଯବାଦୀ ଓ ପିପିଲି ରୁ ହଜାର ହଜାର କର୍ମୀ ଓ ମହିଳା ଯୋଗ ଦେଇଥିଲେ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପୁରୀ ବିଧାୟକ ପ୍ରାର୍ଥୀ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ,ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ନବୀନ ସରକାର ବିକାଶର ସରକାର । ଜନ୍ମରୁ ମୃତ୍ଯୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଯୋଜନା କରିବା ସହ ମହିଳା ମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ ଓ ଉର୍ନ୍ନତି ସହ ଗରିବ ଲୋକଙ୍କ ପାଇଁ ଯୋଜନା କରିଛନ୍ତି ବୋଲି ବିଧାୟକ ପ୍ରାର୍ଥୀମାନେ ବକ୍ତବ୍ୟରେ କହିଥିଲେ । ହୁଳହୁଳି ଜିନ୍ଦାବାଦ ଓ ଶଙ୍ଖ ଧ୍ବନିରେ ସଭାସ୍ଥଳ କମ୍ପି ଉଠିଥିଲା । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ସହ ଶଙ୍ଖ ଚିହ୍ନକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ବିଜେଡିର ବରିଷ୍ଠ ନେତୃବୃନ୍ଦ, ସମର୍ଥକ ଯୁବବର୍ଗ ଓ ମହିଳାମାନେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିଲା ସଭାସ୍ଥଳ ।

Leave a Reply

Your email address will not be published. Required fields are marked *