ଭୋଟ ଦେଲେ ହୋଟେଲରେ ରିହାତି

ଭୋଟ ଦେଲେ ହୋଟେଲରେ ରିହାତି।ଭୋଟ ହାର ବୃଦ୍ଧି ପାଇଁ ହୋଟେଲ ସଂଘର ପଦକ୍ଷେପ।ସମସ୍ତ ପୁଲିଂ ଅଫିସର ଙ୍କୁ ଦିଆଯିବ ଏସେନସିଆଲ କିଟ।ଅନ୍ୟ ମାନଙ୍କ ପାଇଁ ଉଦାହରଣ:ଜିଲ୍ଲାପାଳପୁରୀ ୨୨/୫ ନିଜ ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ଭୋଟରର ସାମ୍ବିଧାନିକ ଅଧିକାର।ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ।ସମସ୍ତ ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ଭାରତର ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଏ କ୍ଷେତ୍ରରେ ପୁରୀ ହୋଟେଲ ସଂଘ ଆଉ ଏକ ପାଦ ଆଗେଇ ମତଦାତା ଙ୍କୁ ଉତ୍ସାହିତ କରିବା ପାଇଁ ଭୋଟର ମାନ ଙ୍କୁ ଖାଦ୍ୟ ରିହାତି ଘୋଷଣା କରିଛନ୍ତି।ଯେଉଁ ଭୋଟର ମାନେ ମତଦାନ କରିଥିବା ପ୍ରମାଣ ସ୍ୱରୂପ ଆଙ୍ଗୁଠି ରେ ଇଣ୍ଡେଲେବଲ ଇଙ୍କ ବା ଅଲିଭା କାଳି ଲାଗିଥିବା ପ୍ରଦର୍ଶନ କରିବେ ସେମାନ ଙ୍କୁ ପୁରୀ ର ବିଭିନ୍ନ ହୋଟେଲ ମାନଙ୍କ ରେ ଶତକଡା ୨୦ ଭାଗ ରିହାତି ମିଳିବ ବୋଲି ସଂଘର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ସାକ୍ଷାତ କରି ଶ୍ରୀ ଦାସ ମହାପାତ୍ର ଏହି ସୂଚନା ଦେବା ସହ ପ୍ରଶାସନ ସହ ହୋଟେଲ ମାଲିକ ସଂଘ ମଧ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ କରିବା ରେ ସହାୟତା କରି ଚାଲିଛି ବୋଲି କହିଥିଲେ।ଅପରପକ୍ଷରେ ନିର୍ବାଚନ ରେ ନିୟୋଜିତ ସମସ୍ତ ପୁଲିଂ ଅଧିକାରୀ ମାନଙ୍କ ପାଇଁ ପୁରୀ ହୋଟେଲ ସଂଘ ପକ୍ଷରୁ ଏସେନସିଆଲ କିଟ୍ ବା ସହାୟତା ଉପକରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହି କିଟସ୍ ରେ ଟୁଥ ବ୍ରସ,ଟୁଥ ପେଷ୍ଟ, ସାବୁନ,ତେଲ, ପାନିଆ,ରୁମାଲ, ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।ହୋଟେଲ ସଂଘର ଏପରି ଉଦ୍ୟମ ପାଇଁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସଂଘକୁ କୃତଜ୍ଞତା ଜଣାଇବା ସହ ଏହା ମତଦାତା ଙ୍କୁ ମତଦାନ ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ।ସେହିପରି ପୁଲିଂ ଅଫିସର ମାନ ଙ୍କୁ କିଟସ୍ ପ୍ରଦାନ ପୁଲିଂ ଟିମକୁ ସହଯୋଗୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଏହା ଉଦାହରଣ ସାଜିବ ବୋଲି କହିଥିଲେ।ଆଜିର କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ହୋଟେଲ ସଂଘର ଉପ ସଭାପତି ତଳଛୁ ନୀଳକଣ୍ଠ ମହାପାତ୍ର, ରାଜକିଶୋର ପାତ୍ର, କାଶୀନାଥ ସାହୁ, ଦେବାଶିଷ କୁମାର, ସାଧାରଣ ସମ୍ପାଦକ କେଦାର ନାଥ ଖୁଣ୍ଟିଆ, ଯୁଗ୍ମ ସମ୍ପାଦକ ବିଭୂଦତ୍ତ ସୁବୁଦ୍ଧି, ଉପେନ୍ଦ୍ର ନାୟକ, ଲିଗାଲ ଯୁଗ୍ମ ସମ୍ପାଦକ ହରେକୃଷ୍ଣ ଖୁଣ୍ଟିଆ, କୋଷାଧ୍ୟକ୍ଷ ରବି ନାରାୟଣ ସାହୁ, ପର୍ଯ୍ୟଟନ ବିଭାଗ ର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *