ସମସ୍ତ ଭୋଟର ନିଶ୍ଚିତ ମତଦାନ କରନ୍ତୁ: ଜିଲ୍ଲାପାଳ ପୁରୀ
୨୩/୫ ସ୍ବଚ୍ଛ ତଥା ସୁଦୃଢ ଗଣତନ୍ତ୍ର ପାଇଁ ପ୍ରତ୍ଯେକ ନାଗରିକଙ୍କ ମତଦାନ ଅତ୍ୟନ୍ତ ମୂଲ୍ୟବାନ । ଚଳିତ ମାସ ୨୫ ତାରିଖ (ଶନିବାର) ଦିନ ୧୦୭-ପୁରୀ, ୧୦୮-ବ୍ରହ୍ମଗିରୀ, ୧୦୯-ସତ୍ୟବାଦୀ ଏବଂ ୧୧୦-ପିପିଲି ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ନିମନ୍ତେ ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭.୦୦ ଘଟିକା ଠାରୁ ସନ୍ଧ୍ଯା ୬.୦୦ ଘଟିକା ପର୍ଯ୍ଯନ୍ତ ଭୋଟ ଗ୍ରହଣ କରାଯିବ । ଏହାପରେ ଜୁନ ମାସ ୧ ତାରିଖ (ଶନିବାର) ଦିନ ୧୦୫-କାକଟପୁର (ଏସ୍.ସି) ଓ ୧୦୬-ନିମାପଡା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ନିମନ୍ତେ ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭.୦୦ ଘଟିକା ଠାରୁ ସନ୍ଧ୍ଯା ୬.୦୦ ଘଟିକା ପର୍ଯ୍ଯନ୍ତ ଭୋଟ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ମତଦାତା ମାନେ ଉପରୋକ୍ତ ତାରିଖରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରି ଏହି ଦିବସକୁ ମତଦାତା ଉତ୍ସବ ଦିବସ ହିସାବରେ ପାଳନ କରି ସମସ୍ତେ ନିଜର ନିରପେକ୍ଷ ଏବଂ ମୁଲ୍ଯବାନ ମତଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।
