ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨୭୧ ପୁଲିଂ ପାର୍ଟି ବୁଥକୁ ଗଲେ

।ପୁରୀ ୨୩/୫ ୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୭୧ ଗୋଟି ବୁଥ ରେ ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନ ଙ୍କୁ ଆଜି ପ୍ରେରଣ କରାଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ ପୂର୍ବାହ୍ନରେ ପୁଲିଂ ପାର୍ଟି ମାନ ଙ୍କ ପାଇଁ ଡିସପରସାଲ ର ବ୍ୟବସ୍ଥା କରାଯାଇଥିଲା।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ,ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଡିସପରସାଲ କେନ୍ଦ୍ର ରେ ଉପସ୍ଥିତ ରହି ପୁଲିଂ ପାର୍ଟି ଯେପରି ଶୃଙ୍ଖଳିତ ଭାବେ ନିଜ ନିଜ ବୁଥ କୁ ଯିବେ ତାହାର ତଦାରଖ କରିଥିଲେ।ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ମତଦାନ ଚଳିତ ମାସ ୨୫ ତାରିଖ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏଥିରେ ୨୭୧ ଟି ବୁଥ ରେ ୨୨୮୮୪୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।ଏଥି ମଧ୍ୟରେ ୧୧୭୫୦୧ ପୁରୁଷ ଭୋଟର ଥିବା ବେଳେ,୧୧୧୩୨୯ ମହିଳା ଭୋଟର ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି।ଯେହେତୁ ଗମନାଗମନ ଦୃଷ୍ଟିରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର କୃଷ୍ଣ ପ୍ରସାଦ ବ୍ଲକକୁ ପହଞ୍ଚିବା ବିଳମ୍ବ ହୋଇଥାଏ ସେଥିପାଇଁ ଆଜି ଠାରୁ ଏହି ପୁଲିଂ ପାର୍ଟି ମାନ ଙ୍କୁ ପ୍ରେରଣ କରାଯାଇଛି।ତେବେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏବଂ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥିତ ଡିସପରସାଲ କେନ୍ଦ୍ର ଠାରେ ପୁଲିଂ ପାର୍ଟି ମାନ ଙ୍କୁ ଆସନ୍ତା କାଲି ୨୪ ତାରିଖରେ ନିର୍ଦ୍ଧାରିତ ବୁଥ ମାନ ଙ୍କୁ ପ୍ରେରଣ କରାଯିବ। ଆସନ୍ତା କାଲି ଡିସପରସାଲ ଯେପରି ଶିଘ୍ର ଓ ଶୃଙ୍ଖଳିତ ଭାବେ ହୋଇ ପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସୂଚନା ଦେବା ସହ ଦାୟିତ୍ୱ ଦିଆଯାଇଥିବା ସମସ୍ତ ପ୍ରିଜାଇଡିଂ, ପୁଲିଂ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଡିସପରସାଲ କେନ୍ଦ୍ର ମାନଙ୍କରେ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି।ସମସ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟାନ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ସଠିକ ସମୟରେ ଡିସପରସାଲ କେନ୍ଦ୍ର ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ର ତଦାରଖ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *