ମୋହ କିଛି ନୁହେଁ
✍✍….ମୋହ କିଛି ନୁହେଁ
ଝଡି ମଉଳି ପଡୁଥିବା ପାଖୁଡା
ସବୁର ପୁନର୍ଜନ୍ମ,
ଢଳି ଯାଇଥିବା ସଞ୍ଜର
ପୁନଃ ପ୍ରତ୍ୟାବର୍ତ୍ତନ..
ମୋହହଜି ଯାଇଥିବା ବୟସକୁ
ପୁଣି ଖୋଜି ଆଣିବାର ଇଚ୍ଛା,
ଚହଲା ପାଣିରେ
ଲିଭି ଯାଇଥିବା ପ୍ରତିବିମ୍ବକୁ
ପୁଣି ଆଙ୍କି ଦେବାର ଆକାଂକ୍ଷା …
ମୋହ,
ପୋଡା ସଳିତାରୁ
ଆଞ୍ଜୁଳାଏ ଆଲୋକର ଅଭିପ୍ସା ,
କିଛି ଅବଶୋଷର ତୃଷ୍ଣା,
ଓ ଅତୃପ୍ତ ଅଭିଳାଷ l
ପ୍ରାପ୍ତି ଓ ଶାନ୍ତି ମଧ୍ୟରେଅହର୍ନିଶ ଚାଲୁଥିବା ସଂଘର୍ଷ ….।

ହିମାନ୍ଦ୍ରି ମେହେର
