ବାଲିକୁଦା ଠାରେ ବିଜେପି ର ମିଶ୍ରଣ ପର୍ଵ ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବାଲିକୁଦା ଠାରେ ବିଜେପି ପକ୍ଷରୁ ଏକ ମହା ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେପି ର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଦୁଇ ଶହ ରୁ ଉର୍ଦ୍ଧ୍ବ ପରିବାର ଆଜି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ଛନ୍ତି । ବାଲିକୁଦା ବ୍ଲକର କାଳିଓ , ନାଗପୁର ଓ ପଏଦା ପଂଚୟତର ଦୁଇ ଶହ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ ର କର୍ମୀ ମାନେ ଦଳ ଛାଡି ବିଜେପି ରେ ଯୋଗେ ଦେଇ ଛନ୍ତି । ତେବେ ନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ଏହି ମହା ମିଶ୍ରଣ ପର୍ବ ବିଜେପି ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ କହିଛନ୍ତି । ତେବେ ଏହି ମିଶ୍ରଣ ପର୍ଵ ରେ ଯୋଗ ଦେଇ ଥିବା କର୍ମୀ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।
