ଅବଦାନରେ କଂଗ୍ରେସର ମହାମିଳନ ପର୍ବ

ଅବଦାନରେ କଂଗ୍ରେସର ମହାମିଳନ ପର୍ବ, ବିଶ୍ୱ ଭୂଷଣ ଦାସଙ୍କୁ ଜିତାଇବାକୁ ନେଲେ ସଂକଳ୍ପ।କାକଟପୁର,୨୬.୦୫-ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବଦାନ ପଞ୍ଚାୟତରେ କଂଗ୍ରେସର ମହା ମିଳନ ପର୍ବ ରବିବାର ମଧ୍ୟାହ୍ନରେ ଇନ୍ଦିରାବଜାର ନିକଟରେ ଅନୁଷ୍ଠିତ ହୋଇଯାଇଛି। କର୍ମୀ ମାନେ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କୁ ଜିତାଇବାକୁ ସଂକଳ୍ପ ନେଇଛନ୍ତି।

ଶିକ୍ଷାବିତ୍ ହରେକୃଷ୍ଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ପର୍ବରେ ପଞ୍ଚାୟତର ସମସ୍ତ ପ୍ରମୁଖ କର୍ମୀ ମାନେ ଯୋଗ ଦେଇଥିଲେ। ପୁର୍ବରୁ ଥିବା ସମସ୍ତ ବାଦା ବିବାଦ ଓ ମନୋମାଳିନ୍ୟ ଦୂରେଇ ପଞ୍ଚାୟତର ୪୦୦ରୁ ଉର୍ଦ୍ଧ୍ଵ ବୁଥ ସ୍ତରୀୟ କର୍ମୀମାନେ ଯୋଗ ଦେଇଥିଲେ। ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ବିପିନ ବିହାରୀ ମହାନ୍ତି ଯୋଗ ଦେଇ ସମସ୍ତଙ୍କୁ ଏକତା ବଜାୟ ରଖିବା ସହ ବିରୋଧି ଦଳର ଦୁର୍ନିତି ଭ୍ରଷ୍ଟାଚାର ଓ ତାମିଲ ଶାସନ ହଟାଇବା ପାଇଁ ଆମର ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ। ଏହି ଅବସରରେ ପଞ୍ଚାୟତର ବିଶିଷ୍ଟ ନେତା ଲକ୍ଷ୍ମୀ ନାରାୟଣ ଜେନା, ବରିଷ୍ଠ କର୍ମୀ ବିଚିତ୍ରାନନ୍ଦ ଦାଶ, ଅବଧୂତ ସ୍ବାଇଁ, ଶ୍ରାବଣୀ ଦାସ ପ୍ରମୁଖ ଯୋଗ ଦେଇ କଂଗ୍ରେସକୁ ଜିତାଇବା ପାଇଁ ପ୍ରତି ୱାର୍ଡ ରେ କିପରି ପରିଚାଳନା କରାଯିବ ତାହା ଉପରେ କର୍ମୀ ମାନଙ୍କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *