ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ
. ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଧରାଧରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ନଳିନୀପ୍ରଭା ମୁଦୁଲି ଙ୍କ ନେତୃତ୍ଵରେ ଲକ୍ଷ୍ମୀନାରାୟଣ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଏହି କର୍ମୀ ସମ୍ମିଳନୀ ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ନବୀନ ସରକାର ବିଭିନ୍ନ କାର୍ଯ୍ୟକ୍ରମ ସଫଳ ରୂପାୟନ ବିଷୟରେ ବଖାଣି ଥିଲେ .ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିକାଶର ଜୟଯାତ୍ରାକୁ ଆଗକୁ ନେବା ପାଇଁ ସେ ପଞ୍ଚାୟତ ବାସୀଙ୍କୁ ନିବେଦନ କରିଥିଲେ.ନିର୍ବାଚନ ତାରିଖ ପାଖେଇ ଆସିଥିବା ରୁ ପ୍ରଚାର କୁ ଜୋରଦାର କରାଯାଇଛି. ଏହାକୁ ନେଇ ଏବେ ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହିତ ଯୋଡି ଶଂଖ ରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ.ଏହି ଅୟୋଜିତ ସମିଳନୀରେ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ ଯୋଡି ଶଂଖ ରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି. ଆୟୋଜିତ ସଭାରେ ସଭାପତି ଅଜୟ ଦାଶ, ଯୁବନେତା ଭାସ୍କର ପଟ୍ଟନାୟକ ଓ ସ୍ବେଛାସେବୀ ଅଶୋକ ମୁଦୁଲି ,ମନୋଜ ମହାପାତ୍ର, କେଦାର ବେହେରା ,ପ୍ରଭାତ ରାଉତ, ବାଦଲ ନାୟକ ,ହେମନ୍ତ ସାହୁ ସହ ସତାଧିକ ଲୋକ, ବିଜେଡି ସଭାରେ .,ସାମିଲ ହୋଇଥିଲେ.
