ଲକ୍ଷ୍ମୀପତ୍ ସିଂଘାଣିଆ ଉଚ୍ଚ ବିଦ୍ୟାଳୟ ଏ -( ୨)ସ୍ଥାନରେ ପାଞ୍ଚ ଜଣ

ରାୟଗଡ଼ା ତା ୨୮-୦୫-୨୪ ଜେକେପୁର ସ୍ଥିତ ଲକ୍ଷ୍ମୀପତ୍ ସିଂଘାଣିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଏ ( ୨ ) ସ୍ଥାନରେ ପାଞ୍ଚ ଜଣ ଛାତ୍ର ଛାତ୍ରୀ

ଦୂର୍ଗେଶ୍ୱରୀ ମହାରଣା , ତରୁଣ ଚୌଧୁରୀ , ପାୟଲ ମହାନ୍ତି , ପୂଜା ପାଢ଼ୀ ଓ ପ୍ରତ୍ୟୁଷ କୁମାର କର ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ ୧୩୯ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏ (୨) ସ୍ଥାନରେ ୫ଜଣ ଥିବା ବେଳେ ବି (୧) ରେ ୩୩ଜଣ ବି (୨)ସ୍ଥାନରେ ୬୭ଜଣ ଅଛନ୍ତି।

ଜେକେକାଗଜ କଳର ଉପ ସଭାପତି ତଥା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀ ବିନୟ କୁମାର ଦ୍ବିବେଦୀ ଓ ଜି ଏମ ସନ୍ଦୀପ କୁମାର ପାଣ୍ଡେଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ବିଦ୍ୟାଳୟର ସଫଳତା ପାଇଁ ଶ୍ରୀ ଦ୍ବିବେଦୀ ଓ ଶ୍ରୀ ପାଣ୍ଡେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର କର ଛାତ୍ର ଛାତ୍ରୀ ମାନଙ୍କର ସଫଳତା ପାଇଁ ଖୁସୀ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *