ତ୍ରିତ୍ତୋଲ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଙ୍କ ରୋଡ ସୋ

ଜଗତସିଂହପୁର ଜିଲ୍ଲା, ତ୍ରିତ୍ତୋଲ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟର ମାନଙ୍କ ମଧ୍ୟରେ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି ଏହି ପ୍ରରିପ୍ରେକ୍ଷୀରେ ତ୍ରିତ୍ତୋଲ ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥ ହିମାଂଶୁ ମଲ୍ଲିକ ଆଜି ରଘୁନାଥ ବ୍ଲକ ଅଞ୍ଚଳ ରେ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ରଘୁନାଥ ପୁର ବ୍ଲକ ଅଞ୍ଚଳ, ଜଇପୁର, ରାହାଡିଙ୍ଗା, ଏରଡ଼ଙ୍ଗା, ରlଢଙ୍ଗ, ରେଢ଼ୁଆ, ନୂଆପଲେଇ, ସାଦେଇପୁର, ରଘୁନାଥପୁର, ଜଗନ୍ନାଥପୁର, ଧରାଧରପୁର, ତାରାପୁର ପ୍ରମୁଖ ବିଭିନ୍ନ ପଞ୍ଚାୟତ ଓ ଗାଁ ବୁଲି ରୋଡ଼ ସୋ କରି ଲୋକ ମାନଙ୍କ ସମସ୍ୟା ଓ ସମାଧାନ ସମ୍ପର୍କ ରେ ଆଲୋଚନା କରିଥିଲେ l ବିଭିନ୍ନ ଗ୍ରାମ ର ଛକ ଛକ ରେ କଂଗ୍ରେସ ବିଧାୟକ ପ୍ରାଥୀ ହିମାଂଶୁ ମଲ୍ଲିକ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଥିବାର ଦେଖିବା କୁ ମିଳିଥିଲା l ଏହି ରୋଡ଼ ସୋ ରେ 100 ରୁ ଉର୍ଦ୍ଧ ଅଟୋ, ଶତାଧିକ ମଟର ସାଇକେଲ ରଘୁନାଥ ପୁର ରୁ ବାହାରି ସାରା ରଘୁନାଥପୁର ବ୍ଲକ ପରିକ୍ରମା କରିଥିଲେ। ବିଭିନ୍ନ ଗ୍ରାମରେ ମହିଳା,ଯୁବକ, ଛତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ର ସମସ୍ୟା ବିଷୟରେ ବୁଝିଥିଲେ | କଂଗ୍ରେସ ର ବିଭିନ୍ନ ଗ୍ୟାରେଣ୍ଟି ବିଷୟରେ ଗ୍ରାମର ମୁରବୀ ଓ ସ୍ଥାନୀୟ ଲୋକମାନଙ୍କୁ ଅବଗତ କରିବା ସହିତ ହାତ ଚିହ୍ନ ସପକ୍ଷରେ ମତଦାନ କରିବାକୁ ହିମାଂଶୁ ନିବେଦନ କରିଥିଲେ | ପରେ ମହିଳା,ଯୁବକ, ମୁରବୀ ଓ ସ୍ଥାନୀୟ ବାସିନ୍ଦା ଙ୍କୁ ଭେଟି ସେମାନଙ୍କ ମୌଳିକ ସମସ୍ୟା ବିଷୟରେ ପଚାରି ବୁଝିଥିଲେ |ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ବ୍ଲକ ର ସମସ୍ତ ର୍ପଞ୍ଚାୟତର ଆଗୁଆ କର୍ମୀ ସମେତ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *