ପାଇଥିବା ଟଙ୍କା ଙ୍କୁ ଫେରାଇ ମାନବିକତା ର ପରିଚୟ ଦେଲେ ବରିଷ୍ଠ ସାମ୍ବାଦିକ ଗୋବିନ୍ଦ ରାଜୁ ସୁବୁଦ୍ଧି
lନାରାୟଣପାଟଣା:କୋରାପୁଟ ଜ଼ିଲ୍ଲା ନାରାୟଣପାଟଣା ବ୍ଲକ ର ବରିଷ୍ଠ ସାମ୍ବାଦିକ ଗୋବିନ୍ଦ ରାଜୁ ସୁବୁଦ୍ଧି ପାଇଥିବା ଟଙ୍କା କୁ ଫେରାଇ ମାନବିକତା ର ପରିଚୟ ଦେଇଛନ୍ତି l ସୂଚନା ଅନୁସାରେ ନାରାୟଣପାଟଣା ବ୍ଲକ ବାରି ଗ୍ରାମର ଏଷ୍ଟର ସ୍ୱୟଂ ସହାୟକ ମହିଳା ସଙ୍ଘ ର ସଭାପତି ମମତା ତାଡିଙ୍ଗି ସ୍ଥାନୀୟ ଏସବିଆଇ ବ୍ୟାଙ୍କ ରୁ 10 ହଜାର ଟଙ୍କା ଉଠାଇ ନିଜ ଘର କୁ ଫେରୁଥିବା ସମୟରେ ନାରାୟଣପାଟଣା ବଜ଼ାର ବୈକୁଣ୍ଠ ଙ୍କ ଦୋକାନ ପାଖରେ ଟଙ୍କା ବିଡାଟି ପଡି ଯାଇଥିଲା l ମହିଳା ଙ୍କ ଅଜାଣତ ରେ ଟଙ୍କା ବିଡାଟି ଗଳି ପଡିବା ପରେ ମହିଳା ଜଣକ ସେଠାରୁ ଚାଲି ଯାଇଥିଲେ l ସେଇ ସମୟରେ ନାରାୟଣପାଟଣା ର ବରିଷ୍ଠ ସାମ୍ବାଦିକ ଗୋବିବ୍ଦ ରାଜୁ ସୁବୁଦ୍ଧି ସେଇ ଦୋକାନ କୁ କିଛି ଜିନିଷ କିଣିବା ପାଇଁ ଆସିଥିଲେ l ଟଙ୍କା ବିଡା ପଡି ଥିବା ଦେଖି ତାକୁ ଉଠାଇ ସମସ୍ତ ଙ୍କୁ ପଚାରି ଥିଲେ l ନିଜ ଟଙ୍କା ବୋଲି କେହି ନ କହିବାରୁ କାଳେ କାହାର ଅଜଣାତ ରେ ଟଙ୍କା ବିଡା ଟି ଗଳି ପଡ଼ିଥିବ ସେ ଲୋକ ସେଠାରୁ ଚାଲି ଯାଇଥିବ ଟଙ୍କା ଖୋଜି ଖୋଜି ସେ ନିଶ୍ଚୟ ଏଠାରେ ପହଞ୍ଚିବ ଭଳି ଦୋକାନ ପାଖରେ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିବା ପରେ ଟଙ୍କା ହଜିଥିବା ମହିଳା ଜଣଙ୍କ ଦୋକାନ ପାଖକୁ ଆସି ସବୁ କଥା କହିଥିଲା l ଉପଯୁକ୍ତ ପ୍ରମାଣ ପତ୍ର ପାଇବା ପରେ ସେ ଟଙ୍କା ତାଙ୍କୁ ଫେରାଇ ଥିଲେ l ଏହି ଟଙ୍କା ସ୍ୱୟଂ ସହାୟକ ମହିଳା ମାନଙ୍କ ପାଇଁ ବ୍ୟାଙ୍କ ରୁ ଉଠାଇ ନେଇଥିଲି l ଟଙ୍କା ହଜିଥିଲେ ମୁଁ ଅନେକ ସମସ୍ୟା ର ସାମ୍ନା କରିବା ପାଇଁ ପଡିଥାନ୍ତା l ଯାହା ହେଉ ଟଙ୍କା ମିଳିଗଲା ବୋଲି ଖୁସିରେ ଭାବ ବିହଳ ହୋଇ ପଡିଲେ l ଶେଷରେ ବରିଷ୍ଠ ସାମ୍ବାଦିକ କୁ ଆଶ୍ରିବାଦ ଦେଇ ସେଠାରୁ ଚାଲି ଯାଇଥିଲେ l
