ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅଳିଆ ଆବର୍ଜନା ଫିଙ୍ଗିବା କୁ ନେଇ ଅସନ୍ତୋଷ
ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅଳିଆ ଆବର୍ଜନା ଫିଙ୍ଗିବା କୁ ନେଇ ଅସନ୍ତୋଷ.କୋରାପୁଟ:କୋରାପୁଟ ପୌର ପରିଷଦ ଅଧୀନରେ ରହିଥିବା 12 ନମ୍ବର ୱାର୍ଡ଼ ରେ ଅନେକ ବର୍ଷ ପରେ ଡ୍ରେନ ସଫେଇ କାର୍ଯ୍ୟ ଚାଲିଛି l ଡ୍ରେନ ରୁ ବାହାରୁଥିବା ଅଳିଆ ଆବର୍ଜନା କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଫିଙ୍ଗିବା କୁ ନେଇ ତେଜୁଛି ଅସନ୍ତୋଷ l ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁସାରେ ଦୀର୍ଘ 4 ବର୍ଷ ହେବ ଏହି ଡ୍ରେନ ସଫେଇ ହୋଇ ନ ଥିଲା l ଆଗକୁ ବର୍ଷା ଦିନ ଆସୁଛି କୋରାପୁଟ ପୌର ପରିଷଦ ଖରା ଦିନରେ ଡ୍ରେନ ସଫା ନ କରି ଏବେ ତରବରିଆ ଭାବେ ଡ୍ରେନ ସଫା କରୁଛି l ଡ୍ରେନ ରେ ରହିଥିବା 4 ବର୍ଷର ଅଳିଆ ଆବର୍ଜନା କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ରେ ଫିଙ୍ଗା ଯାଉଛି l ଯାହାକୁ ନେଇ ୱାର୍ଡ଼ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ୱାର୍ଡ଼ ବାସୀଙ୍କ କହିବା କଥା ପଞ୍ଚମୁଖୀ ହନୁମାନ ମନ୍ଦିର କୁ ପୂଜା କରିବା ପାଇଁ ପ୍ରତିଦିନ ଭକ୍ତ ମାନେ ଆସୁଛନ୍ତି l ଏଠାରେ ଅନ୍ନ ପ୍ରସାଦ ରୋଷେଇ ମଧ୍ୟ କରାଯାଉଛି l ଏକ ଭକ୍ତି ପୂର୍ଣ୍ଣ ପରିବେଶ ଭିତରେ 4 ବର୍ଷ ର ଅଳିଆ ଆବର୍ଜନା କୁ ଆଣି ପକାଇ ମନ୍ଦିର ପରିବେଶ କୁ ଦୂଷିତ କରାଯାଉଛି l ଅଳିଆ ଆବର୍ଜନା ପଡିବା ଦ୍ଵାରା ମନ୍ଦିର ଚତୃପାର୍ଶ୍ୱ ଦୁର୍ଗନ୍ଧ ହେଉଛି l ଯଦି ମନ୍ଦିର ପରିସରରେ ଏମିତି ଦୂଷିତ ଅଳିଆ ଆବର୍ଜନା ଫିଙ୍ଗା ଯିବ ତେବେ ଆଗକୁ ଆଉ ଭକ୍ତ ମନ୍ଦିର କୁ ଆସିବେ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l ଗୋଟେ ପଟେ ମନ୍ଦିର ପରିସରରେ ଦୃର୍ଗନ୍ଧ ଅନ୍ୟ ପଟେ ତରବରିଆ କାମ କୁ ନେଇ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିଛନ୍ତି l ଯେଉଁ ଡ୍ରେନ ସଫା କରାଯାଉଛି ତାହା ପୁଣି ଠିକ ସେ କରାଯାଉନି l ବର୍ଷା ଟିକେ ହେଲେ ଯେଉଁ ଅବସ୍ଥା କୁ ସେଇ ଅବସ୍ଥା ରେ ପରିଣତ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି କରାଯାଇଛି l
