କାକଟପୁର ଓ ନିମାପଡା ରେ ଜୁନ ୧ ରେ ଭୋଟ
କାକଟପୁର ଓ ନିମାପଡା ରେ ଜୁନ ୧ ରେ ଭୋଟମତଦାନ କରିବେ ୪୯୧୬୯୮ ଭୋଟରସମସ୍ତ ମତଦାତା ଗଣତନ୍ତ୍ର ର ମହାପର୍ବ ରେ ସାମିଲ ହେବାକୁ ଜିଲ୍ଲାପାଳ ଙ୍କ ଅନୁରୋଧପୁରୀ ୩୧/୫ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରୁ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ର ମତଦାନ ପାଇଁ ପୁଲିଂ ପାର୍ଟି କୁ ବିଭିନ୍ନ ବୁଥକୁ ପ୍ରେରଣ କରାଯାଇଛି। ସେମାନଙ୍କ ସହଯୋଗ ପାଇଁ ସେକ୍ଟର ଅଫିସର ମାନ ଙ୍କୁ ନିୟୋଜିତ କରାଯାଇଛି।ଭାରତର ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ଅନୁସାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ନିର୍ବାଚନ ପାଇଁ ବୁଥ ମାନଙ୍କ ରେ ୱଏବ କାଷ୍ଟିଂ,ମାଇକ୍ରୋ ଅବଜରଭରଙ୍କୁ ଦାୟିତ୍ୱ, କେନ୍ଦ୍ରୀୟ ସଶସ୍ତ୍ର ବଳ ଙ୍କୁ ଦାୟିତ୍ୱ ଦିଆଯାଇଛି। କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଛନ୍ତି।ଏହି ଦୁଇ ନିର୍ବାଚନ ମଣ୍ଡଳୀ ର ମୋଟ ୪୯୧୬୯୮ ଭୋଟର ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ ସାବ୍ୟସ୍ତ କରିବେ।ଏଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୨୫୨୬୫୧, ମହିଳା ଭୋଟର ଙ୍କ ସଂଖ୍ୟା ୨୩୯୦୩୫ ଏବଂ ୧୨ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।ଏଥିରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୮୦ ଟି ବୁଥରେ ୧୨୫୯୩୯ ପୁରୁଷ,୧୧୮୧୬୩ ମହିଳା ଓ ୪ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବାକୁ ଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀ ର ୨୮୦ ବୁଥ ରେ ୧୨୬୭୧୨ ପୁରୁଷ, ୧୨୦୮୭୨ ମହିଳା ଓ ୮ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବେ।କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ରେ ମୋଟ ୯୮ ଟି ବୁଥ କୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି।ସେଥି ମଧ୍ୟରୁ ୭୬ ବୁଥ ରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ ହୋଇ ଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ୱାରା ୪ଟି,ଯୁବ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ୫ଟି,ପରିବେଷ ଉପଯୋଗୀ ବା ଇକୋ ଫ୍ରଣ୍ଡଲି ୮ ଓ ଥିମ ବେଶ ୫ ଟି ବୁଥ ରହିଛି।ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ତେଣୁସମସ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ମାନଙ୍କ ରେ ନିଶ୍ଚିତ ମତଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅନୁରୋଧ କରିଛନ୍ତି।
