ଖୋର୍ଦ୍ଧା ରୋଡ଼ ମଣ୍ଡଳରେ “ସ୍ଵଚ୍ଛତା ପଖୱ।ଡା” ପାଳନ

ଜଟଣୀ::“ସ୍ୱଚ୍ଛତା ପଖୱ।ଡା”ଖୋର୍ଦ୍ଧା ରୋଡ଼ ମଣ୍ଡଳ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରୁଛି । ରେଳ ଷ୍ଟେସନ୍ ପରିସର, ଟ୍ରେନ୍, ଅଫିସ୍, ରକ୍ଷଣାବେକ୍ଷଣ ଡିପୋ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ସ୍ୱଚ୍ଛତା ଶପଥ ନିଜକୁ ସ୍ୱଚ୍ଛ ରଖିବା ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପାଇଁ ଉତ୍ସାହିତ କରିବା |ପ୍ରତି ସପ୍ତାହରେ ଦୁଇ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟପାଇଁ ଉତ୍ସର୍ଗ କରିବା ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନକରିବାକୁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼,ବାଲୁଗାଁ,ବ୍ରହ୍ମପୁର, ପଲାସା, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ ଠାରେ କର୍ମଚାରୀ ମାନେ ସ୍ବଚ୍ଛତା ଶପଥ ନେଇଛନ୍ତି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସ୍ବଚ୍ଛତା ଉପରେ ବ୍ୟାନର, ପୋଷ୍ଟର, ଜିଙ୍ଗଲ୍ ଶ୍ରବଣ ଏବ° କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା ।ଭୁବନେଶ୍ୱର ରେଳ ଷ୍ଟେସନରେ, ସଫେଇ କର୍ମଚାରୀ ଏବଂ ଯାତ୍ରୀ ସେବା ସହ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ପାଇଁ ଏକ କର୍ମଶାଳା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍ବଚ୍ଛତା, ଆବର୍ଜନା ପୃଥକୀକରଣ ଏବଂ ପ୍ଲାଷ୍ଟିକରବ୍ୟବହାରକୁ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ମାନସ କୁମାର ପୋଦ୍ଦାର, ପୂର୍ବ ତଟ ରେଳବାଇର ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର (ଯୋଜନା), ମୁଖ୍ୟ ପରିବେଶ ଗୃହ ପରିଚାଳନା ପ୍ରବନ୍ଧକ ଶ୍ରୀ ଜେ.କେ.ସାହୁ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ପରିବେଶ ଗୃହ ପରିଚାଳନା ପ୍ରବନ୍ଧକ ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *