AOSCF ତରଫରୁ ଆମ୍ବେଦକର ଙ୍କ ନୂତନ ପ୍ରତିମୂର୍ତ୍ତି ସ୍ଥାପନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ଗ୍ରାମପଂଚାୟତ ରେ ଅଲ ଓଡିଶା ସିଡ୍ୟୁଲସ୍‌ଫେଡେରେସନ ତରଫରୁ ଆଟିଗାଁ ର ସମାଜସେବୀ ମାନଙ୍କ ତତ୍ୱାବଧାନ ଦ୍ୱାରା ବରିଷ୍ଠ ଆଇନଜୀବି ମିତ୍ର ଧିମାନ ଜୟଦେବ ସୁନାନୀ ଓ ବରିଷ୍ଠ ସମାଜସେବୀ ଧୀମାଲ ପ୍ରେମ ଲାଲ ନାଏକ ନିଷ୍ପତି କ୍ରମେ ଆସନ୍ତା 16 /6/24 ରବିବାର ଦିନ ଭାରତୀୟ ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଆଟିଗାଁ ନୂତନ କରି ନାମିତ ହୋଇଥିବା ଆମ୍ବେଦକର ନଗର ଠାରେ ସ୍ଥାପନ କରାଯିବା କୁ ନେଇ ଅଂଚଳ ରେ ଆଜି ରାଲି ଦ୍ୱାରା ଲୋକଙ୍କୁ ଅବଗତ କରାଯାଥିଲା |ବାଜା ନୃତ୍ୟ ସହ ଏହି ନୂତନ କାର୍ଯ୍ୟକୁ ସ୍ୱାଗତ କରାଯାଇଥିଲା | ଏଥିରେ ଅନେକ ସାମାଜିକ କର୍ମୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *