ଅଟୋ ଦୁର୍ଘଟଣା ରେ ପାଞ୍ଚ ଗୁରୁତର

ଧରାକୋଟ :-୧୮/୦୬ ଧରାକୋଟ ନିକଟସ୍ଥ ଜାତୀୟ ରାଜପଥ ୫୯ ର ଜାନିବିଲି ଗ୍ରାମ୍ୟ ବନ୍ଧ ନିକଟରେ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ସୋରଡ଼ା ରୁ ଧରାକୋଟ ନିକଟସ୍ଥ ରୁଗୁମୁ କୁ ଏକ ଅଟୋ ଓଡ଼ି ୦୭ ଏ ଏ -୯୬୪୬ ଯାତ୍ରୀ ମାନଙ୍କୁ ନେଇ ଫେରୁଥିବା ବେଳେ ଅଚାନକ ଅଟୋ ଚାଳକ କନିଷ୍ଠ ନାୟକ କୁ ହଠାତ ଅପସ୍ମାର ମାରିବାରୁ ଭାରସାମ୍ୟ ହରାଇ ଅଟୋ ଟି ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନ ଉପରକୁ ଚଢ଼ିଯାଇ ଓଲଟି ପଡିବାରୁ ସେଥିରେ ବସିଥିବା ଡ୍ରାଇଭର କନିଷ୍ଠ ନାୟକ,ସୁଦାମ ନାୟକ,ସନ୍ତୋଷ ପତ୍ରୀ ,ଜୟନ୍ତୀ ନାୟକ ଓ ସଞ୍ଜୁ ନାୟକ ଆହତ ହୋଇଥିଲେ । ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲ କୁ ପଠାଇବା ସହ ଅଟୋ କୁ ଜବତ କରିଥିଲେ । ଆହତ ମାନଙ୍କ ମଧ୍ୟରୁ ଜୟନ୍ତୀ ନାୟକ ଓ ସନ୍ତୋଷ ପତ୍ରୀ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଅଛି ।

Leave a Reply

Your email address will not be published. Required fields are marked *