ଧରାକୋଟ, ଅଂଶୁଘାତ ରେ ବାଟୋଇ ଙ୍କ ମୃତ୍ୟୁ ଆଶଙ୍କା

ଧରାକୋଟ :-୨୦/୦୬ ଧରାକୋଟ ଥାନା ଅନ୍ତର୍ଗତ ପଟୁ ମୁକ୍ତପୁଞ୍ଜି ରାସ୍ତା ପାର୍ଶ୍ବରେ ଆଜି ଅପରାହ୍ନ ଦୁଇ ଘଣ୍ଟା ସମୟରେ ନିକଟସ୍ଥ କିଶୋର ଚନ୍ଦ୍ର ପଲି ଗ୍ରାମର ମହେନ୍ଦ୍ର ମୁନି ଙ୍କ ପୁଅ କିଶୋର ମୁନି 48 ମରି ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ 9/24 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି । ମହେନ୍ଦ୍ର ମୁନିଙ୍କ ତିନି ପୁଅ ମଧ୍ୟରୁ କିଶୋର ମଝିଆ ପୁଅ ରହିଥିବା ବେଳେ ସେ ଅବିବାହିତ ଥିଲେ। ଆଜି ମଧ୍ୟାହ୍ନ ସମୟରେ ସେ ଜାହାଡ଼ା ଗାଁ ପଟୁ ମୁକ୍ତାପୁଞ୍ଜି ଦେଇ ପୁଟୁ ଆଡ଼କୁ ଆସୁଥିବା ବେଳେ ରାସ୍ତା ପାର୍ଶ୍ବରେ ଅଂଶୁଘାତ ରେ ଟଳି ପଡ଼ିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *